fbpx

ଆରଏସଏସର ଭାଷା କହୁଛନ୍ତି କପିଲ୍ ସିବଲ, ଗାନ୍ଧୀ ପରିବାରକୁ ଟାର୍ଗେଟ୍ କରିବାକୁ ଏମିତି ଜବାବ ଦେଲେ ପାର୍ଟି ନେତା

ନୂଆଦିଲ୍ଲୀ: ପାଞ୍ଚ ରାଜ୍ୟର ବିଧାନସଭା ନିର୍ବାଚନରେ ଶୋଚନୀୟ ପରାଜୟ ପରେ କଂଗ୍ରେସରେ ଉଠିଛି ବିଦ୍ରୋହର ସ୍ଵର। ଆଉ ଏହି ସ୍ଵରକୁ ଅଧିକ ଶାଣିତ କରିଛନ୍ତି ବରିଷ୍ଠ ନେତା କପିଲ୍ ସିବଲ। ସେ ଖୋଲାଖୋଲି କଂଗ୍ରେସ ନେତୃତ୍ଵ ଉପରେ ଅଙ୍ଗୁଳି ନିର୍ଦ୍ଦେଶ କରିଛନ୍ତି । ତେବେ କପିଲ୍ ସିବଲଙ୍କ ଉପରେ ପ୍ରତି ଆକ୍ରମଣ କରିଛନ୍ତି କଂଗ୍ରେସର ଅନ୍ୟ ନେତା । ଏପରିକି ସିବଲ ବିଜେପି ଏବଂ ଆରଏସଏସର ଭାଷା କହୁଥିବା କହିଛନ୍ତି କଂଗ୍ରେସର ଅନ୍ୟ ବରିଷ୍ଠ ନେତା । ଏହା ପୂର୍ବରୁ ସିବଲ କହିଥିଲେ, ଗାନ୍ଧୀ ପରିବାରକୁ କଂଗ୍ରେସର ନେତୃତ୍ଵ ଦାୟିତ୍ଵ ଛାଡି ଦେବା ଉଚିତ୍ ଏବଂ ଅନ୍ୟଙ୍କୁ ସୁଯୋଗ ଦେବା ଉଚିତ୍।

ରାହୁଲ ଗାନ୍ଧୀଙ୍କ ପରମ ବିଶ୍ଵସ୍ତ କୁହାଯାଉଥିବା ମନିକନ ଟାଗୋର କହିଛନ୍ତି ଆରଏସଏସ ଏବଂ ବିଜେପି ଚାହୁଁଛନ୍ତି କଂଗ୍ରେସ ପାର୍ଟି ସମାପ୍ତ ହୋଇ ଯାଉ । ଭାରତର ବିଚାରକୁ ନଷ୍ଟ କରିବା ପାଇଁ ଗାନ୍ଧୀ ପରିବାର ନେତୃତ୍ଵରୁ ଓହରି ଯାଉ ବିଜେପି ଚାହୁଁଛି । କାରଣ ଗାନ୍ଧୀ ପରିବାରର ନେତୃତ୍ଵ ବିନା କଂଗ୍ରେସ ଜନତା ପାର୍ଟିରେ ପରିଣତ ହେବ । ଏହି ପରି କଂଗ୍ରେସକୁ ନିଶେଷ କରିବା ସହଜ ହେବ। ପୁଣି ଭାରତର ବିଚାରକୁ ସମାପ୍ତ କରାଯାଇ ପାରିବ। ଏହି ସବୁ ଜାଣିବି କପିଲ୍ ସିବଲ ଆରଏସଏସ/ବିଜେପିର ଭାଷା କଣ ପାଇଁ କହୁଛନ୍ତି ବୋଲି ମନିକନ ପ୍ରଶ୍ନ କରିଛନ୍ତି ।
ଦ ଇଣ୍ଡିଆନ ଏକ୍ସପ୍ରେସ ସହ ସ୍ଵତନ୍ତ୍ର ଆଲୋଚନା ବେଳେ କପିଲ୍ ସିବଲ କହିଛନ୍ତି, ଗାନ୍ଧୀ ପରିବାରକୁ ନେତୃତ୍ଵ ଦାୟିତ୍ଵରୁ ଓହରିଯିବା ଉଚିତ୍ ଏବଂ ଅନ୍ୟଙ୍କୁ କଂଗ୍ରେସର ଅଧ୍ୟକ୍ଷ ହେବାକୁ ସୁଯୋଗ ଦେବା ଉଚିତ୍। ଗାନ୍ଧୀ ପରିବାର ସ୍ଵେଚ୍ଛାକୃତ ଭାବେ ପଦ ଛାଡି ଦେବା ଉଚିତ୍ ବୋଲି ସିବଲ କହିଥିଲେ ।

Get real time updates directly on you device, subscribe now.