fbpx

କର୍ଣ୍ଣାଟକରେ କଂଗ୍ରେସ ଆଗରେ: ସଂଘର୍ଷ କରୁଛି ବିଜେପି, ଚାଲିଛି ସାପ-ଶିଡ଼ିର ଖେଳ

ନୂଆଦିଲ୍ଲୀ: ୨୨୪ଟି ଆସନ ବିଶିଷ୍ଟ କର୍ଣ୍ଣାଟକ ବିଧାନସଭା ନିର୍ବାଚନର ରେଜଲ୍ଟ ଉପରେ ସାରା ଦେଶର ନଜର ରହିଛି । ଆସନ୍ତା ଲୋକସଭା ନିର୍ବାଚନ, ଦକ୍ଷିଣ ଭାରତରେ ବିଜେପିର ରାଜନୈତିକ ସ୍ଥିତି ଓ କଂଗ୍ରେସ ଭବିଷ୍ୟତ ଏପରି ବିଭିନ୍ନ ପ୍ରସଙ୍ଗ ଦୃଷ୍ଟିରୁ ଏହି ନିର୍ବାଚନ ବେଶ୍ ଗୁରୁତ୍ୱପୂର୍ଣ୍ଣ ଅଟେ । ତେବେ ଏହା ମଧ୍ୟରେ ଆଜି ଭୋଟ ଗଣତି ଆରମ୍ଭ ହୋଇ ଯାଇଛି । ଦ୍ୱିପ୍ରହର ୧୨ଟା ସୁଦ୍ଧା ରାଜ୍ୟରେ ସରକାର ଗଠନକୁ ନେଇ ସ୍ଥିତି ସ୍ପଷ୍ଟ ହୋଇଯିବାର ସମ୍ଭାବନା ରହିଛି ।

ସଦ୍ୟ ରିପୋର୍ଟ ମୁତାବକ, ଆଜି ବିଜେପି, କଂଗ୍ରେସ ଓ ଜେଡିଏସ ମଧ୍ୟରେ ତ୍ରିମୁଖୀ ପ୍ରତିଦ୍ୱନ୍ଦ୍ୱିତା ଦେଖିବାକୁ ମିଳିଛି । ବର୍ତ୍ତମାନ ସୁଦ୍ଧା କଂଗ୍ରେସ ସର୍ବାଧିକ ୯୬ଟି ଆସନରେ ଆଗରେ ରହିଥିବା ବେଳେ ବିଜେପି ୭୮ଟି, ଜେଡିଏସ ୧୬ଟି ଓ ଅନ୍ୟ ଦଳ ୩ଟି ଆସନରେ ଆଗରେ ରହିଛନ୍ତି । ବିଜେପି-କଂଗ୍ରେସ ମଧ୍ୟରେ ହେଭି ଟକ୍କର ଦେଖିବାକୁ ମିଳିଛି । ଦୁଇ ଦଳର ପ୍ରଦର୍ଶନରେ ଉପର-ତଳ ହେଉଥିବା ଦେଖାଯାଉଛି ।

ସୂଚନାଯୋଗ୍ୟ ଯେ, ରାଜ୍ୟରେ ଏଥର କଂଗ୍ରେସ ବହୁମତ ହାସଲ କରିବାର ସମ୍ଭାବନା ରହିଛି । ପୂର୍ବରୁ ଏକାଧିକ ଏକଜିଟ ପୋଲ ତଥ୍ୟ କଂଗ୍ରେସ ସପକ୍ଷରେ ରହିଥିବା ବେଳେ ବିଜେପି ମଧ୍ୟ ଏହି ଆକଳନକୁ ଓଲଟାଇବା ପ୍ରୟାସରେ ରହିଛି । ଅନ୍ୟପକ୍ଷରେ ରାଜ୍ୟରେ ଜେଡିଏସ କିଙ୍ଗମେକର ସାଜିବାର ସମ୍ଭାବନା ରହିଛି । ଯଦି ବିଜେପି ଓ କଂଗ୍ରେସ ମଧ୍ୟରେ ହେଭି ଟକ୍କର ହୁଏ ଆଉ କେହି ବହୁମତ ହାସଲ କରିନପାରନ୍ତି ତେବେ ଏଭଳି ସ୍ଥିତିରେ ଲାଭରେ ରହିବ ଜେଡିଏସ । ଜେଡିଏସ ଯେଉଁ ପଟକୁ ଢଳିବ ସିଏ ରାଜ୍ୟରେ ସରକାର ଗଠନ କରିବ ।

Get real time updates directly on you device, subscribe now.