fbpx

ବିଧାୟକ ତାରାଙ୍କ ଆତ୍ମାହୂତି ଧମକ

ଭୁବନେଶ୍ୱର,୨୧ ।୧୧(ଓଡିଶା ଭାସ୍କର): ବିଧାନସଭାରେ ସ୍କୁଲ ବନ୍ଦ ପ୍ରସଙ୍ଗକୁ ନେଇ ହଙ୍ଗାମା ହୋଇଛି । ଏନେଇ ଗୃହକୁ ଅପରାହ୍ନ ୩ଟା ଯାଏଁ ମୁଲତବୀ ରଖିଛନ୍ତି ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର । ଅନ୍ୟପଟେ ସ୍କୁଲ ବନ୍ଦ ନିଷ୍ପତ୍ତି ପ୍ରତ୍ୟାହାର ଦାବି କରିଛନ୍ତି କଂଗ୍ରେସ ବିଧାୟକ ତଥା ଜୟପୁର ବିଧାୟକ ତାରା ବାହିନୀପତି । ଗୃହ ବାହାରେ ତାରା ପ୍ରତିକ୍ରିିୟା ପ୍ରକାଶ କରି କହିଛନ୍ତି ଯେ, ‘ସ୍କୁଲ ଖୋଲିବା ନିଷ୍ପତ୍ତି ପ୍ରତ୍ୟାହାର ନହେଲେ ବିଧାନସଭାରେ ଆତ୍ମାହୂତି ଦେବି । ବାଚସ୍ପତିଙ୍କ ଟେବୁଲ ଆଗରେ ବେକ କାଟି ଆତ୍ମହତ୍ୟା କରିବି । ବାଚସ୍ପତିଙ୍କୁ ଏନେଇ ଅବଗତ କରାଇଛି ବୋଲି ସେ କହିଛନ୍ତି ।

Get real time updates directly on you device, subscribe now.