fbpx

ଇସ୍ତଫା ପ୍ରତ୍ୟାହାର କଲେ କଂଗ୍ରେସ ସାଂସଦ ଅବଦୁଲ ଖାଲିକ

ନୂଆଦିଲ୍ଲୀ: ଆଗକୁ ଆସୁଛି ଲୋକସଭା ନିର୍ବାଚନ । ସେଥିପାଇଁ ନିକଟରେ ନିର୍ବାଚନ ଆୟୋଗଙ୍କ ତରଫରୁ ତାରିଖ ଘୋଷଣା କରାଯାଇଛି । ତେବେ ରାଜନୈତିକ ଦଳମାନେ ନିର୍ବାଚନୀ ରଣନୀତି ପ୍ରସ୍ତୁତି ଓ ପ୍ରଚାରରେ ବ୍ୟସ୍ତ ରହିଥିବା ବେଳେ ନେତାଙ୍କର ଦଳ ଡିଆଁ ପର୍ବ ଆରମ୍ଭ ହୋଇଯାଇଛି । ନିକଟରେ ବିଭିନ୍ନ ରାଜ୍ୟର ବିଭିନ୍ନ ଦଳର କିଛି ନେତା ପାର୍ଟି ପରିବର୍ତ୍ତନ କରିଛନ୍ତି ।

ତେବେ ଏହା ମଧ୍ୟରେ ରାଜନୈତିକ କ୍ଷେତ୍ରରୁ ଆସିଛି ଏକ ବଡ଼ ଖବର । ଗତ ୧୫ ତାରିଖରେ ଆସାମ କଂଗ୍ରେସର ବରିଷ୍ଠ ନେତା ତଥା ସାଂସଦ ଅବଦୁଲ ଖାଲିକ ଦଳରୁ ଇସ୍ତଫା ଦେଇଥିଲେ । ଅବଦୁଲ ବାରପେଟା ସଂସଦୀୟ କ୍ଷେତ୍ରର ସାଂସଦ ରହିଥିବା ବେଳେ ନିକଟରେ କଂଗ୍ରେସ ପକ୍ଷରୁ ଜାରି କରାଯାଇଥିବା ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକାରେ ତାଙ୍କର ନାଁ ନଥିଲା । ତେଣୁ ଏନେଇ ଖାଲିକ ଅସନ୍ତୋଷ ପ୍ରକାଶ କରିବା ସହିତ ସେ ଦଳ ଛାଡ଼ିଥିବା ଚର୍ଚ୍ଚା ହୋଇଥିଲା ।

ତେବେ ଏହା ମଧ୍ୟରେ ୪ ଦିନର ବ୍ୟବଧାନ ପରେ ଖାଲିକଙ୍କୁ ନେଇ ଆସିଛି ପୁଣି ଏକ ବଡ଼ ଅପଡେଟ୍ । ପୂର୍ବରୁ ଇସ୍ତଫା ଦେଇଥିବା ଖାଲିକ ତାଙ୍କର ଇସ୍ତଫା ପତ୍ର ପ୍ରତ୍ୟାହାର କରିନେଇଛନ୍ତି । ଦଳର ବରିଷ୍ଠ ନେତ୍ରୀ ସୋନିଆ ଗାନ୍ଧୀଙ୍କ ସହିତ ଆଲୋଚନା ପରେ ଖାଲିକ ଏହି ନିଷ୍ପତ୍ତି ନେଇଥିବା କୁହାଯାଉଛି । ସେ ଏବେ ଦଳରେ ରହିବେ ବୋଲି ଜଣାପଡ଼ିଛି । ଦଳ ଉପରେ ତାଙ୍କର ଭରସା ରହିଛି ଓ ସେ ଆଗକୁ ଦଳ ପାଇଁ କାର୍ଯ୍ୟ ଜାରି ରଖିବେ ବୋଲି ଖାଲିକ କହିଛନ୍ତି ।

Get real time updates directly on you device, subscribe now.