fbpx

ସାଂସଦ ବାଲୁଙ୍କ ପରଲୋକ: ସାଂସଦ ଶୂନ୍ୟ ହୋଇଗଲା ମହାରାଷ୍ଟ୍ର କଂଗ୍ରେସ, ପିତାଙ୍କ ପଛେପଛେ ପୁତ୍ର ଚାଲିଗଲେ

ନୂଆଦିଲ୍ଲୀ: ରାଜନୈତିକ କ୍ଷେତ୍ରରୁ ଆସିଛି ଏକ ଦୁଃଖଦ ଖବର । କଂଗ୍ରେସ ସାଂସଦ ବାଲୁ ଧାନୋରକରଙ୍କ ମୃତ୍ୟୁ ଘଟିଛି । କିଡନୀ ଜନିତ ବିମାରୀ କାରଣରୁ ଗତ କିଛିଦିନ ଧରି ସାଂସଦ ବାଲୁ ଚିକିତ୍ସିତ ହେଉଥିଲେ । ଗତ ୩ ଦିନ ହେଲା ଦିଲ୍ଲୀର ମେଦାନ୍ତା ହସ୍ପିଟାଲରେ ବାଲୁଙ୍କର ଚିକିତ୍ସା ଚାଲିଥିଲା । ମାତ୍ର ଶେଷରେ ଡାକ୍ତରଙ୍କର ସବୁ ପ୍ରୟାସ ବୃଥା ଯାଇଥିଲା । ମାତ୍ର ୪୮ ବର୍ଷ ବୟସରେ ଇହଲୀଳା ସମ୍ବରଣ କରିଥିଲେ ମହାରାଷ୍ଟ୍ରର ଏକମାତ୍ର କଂଗ୍ରେସ ସାଂସଦ ବାଲୁ ।

ବାଲୁ ଓରଫ ସୁରେଶ ଧାନୋରକର ମହାରାଷ୍ଟ୍ରର ଚନ୍ଦ୍ରପୁର ନିର୍ବାଚନ ମଣ୍ଡଳୀରୁ ସାଂସଦ ଥିଲେ । ସେ ମହାରାଷ୍ଟ୍ର କଂଗ୍ରେସର ଏକମାତ୍ର କଂଗ୍ରେସ ସାଂସଦ ଥିଲେ । କିଡନୀ ଷ୍ଟୋନ କାରଣରୁ ନିକଟରେ ବାଲୁଙ୍କର ଅପରେସନ କରାଯାଇଥିଲା । ଏହାପରେ ତାଙ୍କର ସ୍ୱାସ୍ଥ୍ୟରେ ଅବନତି ଦେଖିବାକୁ ମିଳିଥିଲା । ତାଙ୍କର ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ିବାରୁ ତାଙ୍କୁ ଗତ ୨୮ ତାରିଖରେ ଏୟାର ଆମ୍ବୁଲାନ୍ସ ଜରିଆରେ ଦିଲ୍ଲୀର ମେଦାନ୍ତା ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ଦୁଇଦିନ ହେଲା ତାଙ୍କର ଅବସ୍ଥା ଗମ୍ଭୀର ରହିଥିଲା ।

ଚାରିଦିନ ପୂର୍ବରୁ ବାଲୁଙ୍କର ପିତାଙ୍କର ବିୟୋଗ ଘଟିଥିଲେ ହେଁ ଖରାପ ସ୍ୱାସ୍ଥ୍ୟ କାରଣରୁ ସାଂସଦ ପିତାଙ୍କର ଅନ୍ତିମ ସଂସ୍କାର କରିପାରି ନଥିଲେ । ସାଂସଦଙ୍କ ପତ୍ନୀ ପ୍ରତିଭା ଧାନୋରକର ବରୋରା ବିଧାନସଭା ନିର୍ବାଚନ ମଣ୍ଡଳୀରୁ ବିଧାୟକ ଅଛନ୍ତି । ଆଜି ଦ୍ୱିପ୍ରହର ସମୟରେ ବାଲୁଙ୍କ ମରଶରୀରକୁ ବିରୋରା ନିଆଯିବ । ଗତ ୧୯୭୫ ମସିହା ମେ ମାସ ୪ ତାରିଖରେ ଜନ୍ମଲାଭ କରିଥିବା ବାଲୁ ଶିବସେନାରୁ ନିଜର ରାଜନୈତିକ ଜୀବନ ଆରମ୍ଭ କରିଥିଲେ । ଗତ ୨୦୧୯ରେ ବାଲୁ ଶିବସେନାରୁ ଇସ୍ତଫା ଦେଇଥିଲେ । ଗତ ନିର୍ବାଚନରେ ବିଜେପିର ବଡ଼ ନେତା ହଂସରାଜ ଅହୀରଙ୍କୁ ହରାଇ କଂଗ୍ରେସର ଏକମାତ୍ର ସାଂସଦ ଭାବେ ବାଲୁ ଲୋକସଭାକୁ ଯାଇଥିଲେ ।

Get real time updates directly on you device, subscribe now.