fbpx

‘ବଳଭଦ୍ର ଆରୁଖ କୃଷକ ବଜାର’ ନାମକରଣକୁ ନେଇ ତେଜିଲା ବିବାଦ, କଂଗ୍ରେସ କହିଲା…

ଭଞ୍ଜନଗର(ଓଡ଼ିଶା ଭାସ୍କର): ବଳଭଦ୍ର ଆରୁଖ କୃଷକ ବଜାର ନାମକରଣକୁ ନେଇ ତେଜିଲା ବିବାଦ । ଏହାର ପ୍ରତିବାଦରେ ଭଞ୍ଜନଗର କଂଗ୍ରେସ ପକ୍ଷରୁ ବିକ୍ଷୋଭ ପଦର୍ଶନ କରାଯିବା ସହ ଦିଆଯାଇଛଇ ଦାବିପତ୍ର । କଂଗ୍ରେସ ଅଭିଯୋଗ କରିଛି ଯେ ଉକ୍ତ ବଜାର କିଛି ବର୍ଷ ପୂର୍ବରୁ ଉଦଘାଟନ ହୋଇଥିଲେ ମଧ୍ୟ ପୁଣିଥରେ ଉଦଘାଟନ କରାଗଲା । ସେହିପରି ସ୍ଥାନୀୟ ବିଧାୟକ ତଥା ଜଙ୍ଗଲ ପରିବେଶ ମନ୍ତ୍ରୀ ବିକ୍ରମ କେଶରୀ ଅରୁଖଙ୍କ ବାପାଙ୍କ ନାମରେ ବଜାର ନାମକରଣ କରାଯିବାକୁ ନେଇ କଂଗ୍ରେସ ଅଭିଯୋଗ ଉଠାଇଛି ।

କଂଗ୍ରେସ ଦଳ ପକ୍ଷରୁ ସ୍ଥାନୀୟ ବଳଭଦ୍ର ଆରୁଖ କୃଷକ ବଜାରଠାରୁ ଆରମ୍ଭ କରି ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପର୍ଯ୍ୟନ୍ତ ଏକ ଶୋଭାଯାତ୍ରା ବାହାରିଥିଲା । ଏଥିସହ ଉପଜିଲ୍ଲାପାଳଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କୁ ଏକ ସ୍ମାରକପତ୍ର ପ୍ରଦାନ କରାଯାଇଛି । କଂଗ୍ରେସ କହିଛି ଯେ ପବିିତ୍ର ଘୁମୁସର ମାଟିର ଏକ ସ୍ୱତନ୍ତ୍ର ସ୍ୱାଭିମାନ ରହିଛି । ଓଡ଼ିଶାର ବରପୁତ୍ର ବିଜୁବାବୁଙ୍କ ଜନ୍ମଭୂମି ଘୁମୁସର । ଏଥିସହ ଗଞ୍ଜାମ-ଘୁମୁସରରେ ଅନେକ ମହାପୁରୁଷ ଯଥା ପ୍ରବାଦ ପୁରୁଷ ଓ ଭଞ୍ଜ ମାଟିର ଚାଷୀ ପୁଅ ବିଜୁ ପଟ୍ଟନାୟକ, କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ, ସ୍ୱାଧୀନତା ସଂଗ୍ରାମୀ ଚକରା ବିଶୋଇ ଭଳି ଅନେକ ମହାପୁରୁଷ ଅଛନ୍ତି । କିନ୍ତୁ ସ୍ଥାନୀୟ ବିଧାୟକ ତଥା ମନ୍ତ୍ରୀ ନିଜ ବାପାଙ୍କ ନାମରେ ଉକ୍ତ ବଜାରକୁ ନାମିତ କରିଛନ୍ତି । ଗଞ୍ଜାମ ଜିଲ୍ଲା କଂଗ୍ରେସ ସଭାପତି ରମେଶ ଜେନାଙ୍କ ନିର୍ଦ୍ଦେଶ କ୍ରମେ ଭଞ୍ଜନଗର ଯୁବ ନେତା ପ୍ରଶାନ୍ତ ବିଷୋୟୀଙ୍କ ନେତୃତ୍ୱରେ କର୍ମୀମାନେ ଆନ୍ଦୋଳନ କରିଥିଲେ । କଂଗ୍ରେସ ନେତ୍ରୀ ବନଜା ପଣ୍ଡା, ଜଗନ୍ନାଥ ପ୍ରସାଦ ବ୍ଲକ ସଭାପତି ବିଦ୍ୟାଧର ପ୍ରଧାନ, ଜବାହାରଲାଲ ସାହୁ, ମଣ୍ଟୁ ପ୍ରଧାନ, ଲୋକନାଥ ସେଠୀ, ବାଲ୍ୟ ବେହେରା, ପିଣ୍ଟୁ ରାଉଳ, ରଜନୀକାନ୍ତ ବିଶ୍ୱାଳ, ଶଙ୍କର ମାଝୀ, ପୂର୍ଣ୍ଣ ଚନ୍ଦ୍ର ସାହୁଙ୍କ ସମେତ ବହୁ କଂଗ୍ରେସ କର୍ମୀ ଆନ୍ଦୋଳନରେ ଭାଗ ନେଇଥିଲେ ।

 

Get real time updates directly on you device, subscribe now.