fbpx
BJD SKY
BJD SKY

ମଧ୍ୟପ୍ରଦେଶ ବିଧାନସଭା ନିର୍ବାଚନ ପାଇଁ ଘୋଷଣାପତ୍ର ଜାରି କଲା କଂଗ୍ରେସ

BJD

ନୂଆଦିଲ୍ଲୀ: ଆସନ୍ତା ନଭେମ୍ବର ମାସ ୧୭ ତାରିଖରେ ୨୩୦ ଆସନ ବିଶିଷ୍ଟ ମଧ୍ୟପ୍ରଦେଶ ବିଧାନସଭା ନିର୍ବାଚନ ପାଇଁ ମତଦାନ ଗ୍ରହଣ କରାଯିବ । ଗତଥର କଂଗ୍ରେସ ବହୁମତ ହାସଲ କରି ସରକାର ଗଠନ କରିଥିବା ବେଳେ ଏଥର ବିଜେପି-କଂଗ୍ରେସ ମଧ୍ୟରେ କଡ଼ା ଟକ୍କର ଦେଖିବାକୁ ମିଳିବ । ତେବେ ଏହା ମଧ୍ୟରେ ବିଧାନସଭା ନିର୍ବାଚନ ପାଇଁ କଂଗ୍ରେସ ତା’ର ଘୋଷଣାପତ୍ର ଜାରି କରିଛି ।

ଏହି ଅବସରରେ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ପ୍ରଦେଶ ଅଧ୍ୟକ୍ଷ କମଲନାଥ, ପୂର୍ବତନ ମୁଖ୍ୟମନ୍ତ୍ରୀ ଦିଗବିଜୟ ସିଂହଙ୍କ ସମେତ ଅନ୍ୟ ନେତାମାନେ ଉପସ୍ଥିତ ଥିଲେ । ଖେଳାଳିଙ୍କୁ ପ୍ରୋତ୍ସାହିତ କରିବା ପାଇଁ ‘ପଦକ ଆଣ ଓ କୋଟିପତି ହୁଅ, ପଦକ ଆଣ ଓ କାରର ମାଲିକ ହୁଅ…’ ପ୍ରତିଯୋଗିତାର ଶୁଭାରମ୍ଭ କରିବାକୁ କମଲନାଥ କହିଥିଲେ । ଘୋଷଣାପତ୍ର ଜାରି କରି କମଲନାଥ ଜନତାଙ୍କୁ ଅନେକ ପ୍ରତିଶ୍ରୁତି ଦେଇଛନ୍ତି ।

ରାଜ୍ୟରେ ୭୦ ପ୍ରତିଶତ ଜନସଂଖ୍ୟ କୃଷି ସହ ଜଡ଼ିତ ରହିଥିବା ବେଳେ ରାଜ୍ୟ ସରକାର ଚାଉଳ ପ୍ରତି କୁଇଣ୍ଟାଲ ୨୫୦୦ ଟଙ୍କା ଓ ଗହମ ପ୍ରତି କୁଇଣ୍ଟାଲ ୨୬୦୦ ଟଙ୍କାରେ କିଣିବେ । ସିଏମ କନ୍ୟାଦାନ ଯୋଜନା ଅଧିନରେ ୧ ଲକ୍ଷ ଟଙ୍କା ପ୍ରଦାନ କରାଯିବ । ନିଜର ଆଇପିଏଲ ଟିମ୍ ପ୍ରସ୍ତୁତ କରିବାକୁ ପ୍ରୟାସ କରାଯିବ । ମେଟ୍ରୋ କାର୍ଯ୍ୟ ଆରମ୍ଭ କରାଯାଇଛି । କର୍ମଚାରୀଙ୍କ କଲ୍ୟାଣ ପାଇଁ ସେମାନଙ୍କୁ ଜଳ, ସ୍ୱାସ୍ଥ୍ୟ, ବିଜୁଳି, ଶିକ୍ଷା, ବାସଗୃହ, ସାମାଜିକ ନ୍ୟାୟ, ରୋଜଗାର ଓ ଖାଦ୍ୟର ଅଧିକାର ପ୍ରଦାନ କରାଯିବ । ରାଜ୍ୟରେ ସରକାର କ୍ଷମତାକୁ ଆସିଲେ ଅନେକ ପ୍ରତିଶ୍ରୁତି ପୂରଣ କରାଯିବ ବୋଲି ଏହା ପୂର୍ବରୁ ରାହୁଲ ଗାନ୍ଧି ଓ ପ୍ରିୟଙ୍କା ଭଦ୍ରା ଘୋଷଣା କରିଥିଲେ । ରାଜ୍ୟରେ ପୁରୁଣା ପେନସନ ଯୋଜନା (ଓପିଏସ) ଲାଗୁ କରାଯିବ । ଏଲପିଜି ସିଲିଣ୍ଡର ୫୦୦ ଟଙ୍କାରେ ମିଳିବ । ମାଗଣାରେ ୧୦୦ ୟୁନିଟ ବିଜୁଳି ମିଳିବା ସହ ମହିଳାଙ୍କ ୧୫୦୦ ଟଙ୍କାର ମାସିକ ସହାୟତା ଓ କୃଷି ଋଣ ଛାଡ଼ ମଧ୍ୟ ସାମିଲ ରହିଛି ।

Get real time updates directly on you device, subscribe now.