fbpx

Jio ଗ୍ରାହକଙ୍କ ପାଇଁ ଆକର୍ଷଣୀୟ ଉପହାର : ଶସ୍ତାରେ ପାଇବେ ପ୍ରିପେଡ ପ୍ଲାନ

ନୂଆଦିଲ୍ଲୀ : ସାଧାରଣତଃ ଜିଓ ରିଚାର୍ଜର ଅନେକ ଯୋଜନା ପ୍ରଦାନ କରୁଛି । କିନ୍ତୁ ପ୍ରତ୍ୟେକ ଅଫରରେ ଆବଶ୍ୟକ ହେଉଥିବା ଲାଭ ମିଳୁଛି କି ନାହିଁ ଏହାର କିଛି ଗ୍ୟାରେଣ୍ଟି ନାହିଁ । ଯେଉଁ ଯୋଜନାରେ ସମସ୍ତ ସୁବିଧା ଉପଲବ୍ଧ ଥାଏ, ତାହାର ମୂଲ୍ୟ ଅଧିକ ରହିଥାଏ । ଯଦି ଆପଣ ସୁଲଭ ମୂଲ୍ୟରେ ଉତ୍ତମ ପ୍ରିପେଡ ରିଚାର୍ଜ ଖୋଜୁଛନ୍ତି, ତେବେ ଆପଣ ଜିଓର ଏହି ଯୋଜନାର ଫାଇଦା ଉଠାଇ ପାରିବେ ।

Jio ଏବେ ଗ୍ରାହକଙ୍କ ପାଇଁ ଆକର୍ଷଣୀୟ ଉପହାର ନେଇ ଆସିଛି । ବର୍ତ୍ତମାନ ଆପଣ ଜିଓରେ ଶସ୍ତାରେ ଅର୍ଥାତ ମାତ୍ର ୨୯୯ ଟଙ୍କାରେ ପ୍ରିପେଡ ପ୍ଲାନ ପାଇ ପାରିବେ । ଏହା ସୁଲଭ ମୂଲ୍ୟରେ ମିଳୁଥିବା ସବୁଠାରୁ ଦମଦାର ରିଚାର୍ଜ ପ୍ଲାନ ମାନଙ୍କ ମଧ୍ୟରୁ ଅନ୍ୟତମ । ଏହି ପ୍ଲାନ ସବୁଠାରୁ ଲୋକପ୍ରିୟ ପ୍ରିପେଡ ରିଚାର୍ଜ ଯୋଜନା ମଧ୍ୟରୁ ଗୋଟିଏ । ଯଦି ଆପଣ ଏହି ପ୍ଲାନକୁ ବ୍ୟବହାର କରନ୍ତି, ତେବେ ଆପଣ ଏହାର ଫାଇଦା ଉଠାଇ ପାରିବେ ।

ଏହି ପ୍ଲାନର ଭେଲିଡିଟି ୨୮ ଦିନ ପର୍ଯ୍ୟନ୍ତ ରହିବ । ତେବେ ଏହି ୨୮ଦିନର ରିଚାର୍ଜରେ ଆପଣ ଦୈନିକ 2GB ଅର୍ଥାତ ମାସିକ 56GB ଡାଟା, ଅନଲିମିଟେଡ ଭଏସ କଲିଂ ସହ ୧୦୦ ଏସଏମଏସ ବି ମିଳିବ । ଏହି ଦମଦାର ପ୍ଲାନରେ ଆପଣ ଅନେକ ଫାଇଦା ଉଠାଇ ପାରିବେ ।

Get real time updates directly on you device, subscribe now.