fbpx
BJD SKY
BJD SKY

ବର୍ଷାରେ ଭିଜିବ ଦଶହରା ପୂଜା : ସୃଷ୍ଟି ହେଉଛି ଆଉ ଏକ ଲଘୁଚାପ

BJD

ଭୁବନେଶ୍ୱର : ଫେରୁଛି ମୌସୁମୀ । ପୁଣି ବଙ୍ଗୋପସାଗରେ ସୃଷ୍ଟି ହେଉଛି ଆଉ ଏକ ଲଘୁଚାପ । ୨୦ ତାରିଖ ସୁଦ୍ଧା ବଙ୍ଗୋପସାଗରରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବା ନେଇ ଆକଳନ କରାଯାଇଛି । ଲଘୁଚାପ ସୃଷ୍ଟି ସମ୍ଭାବନାର ଆଶଙ୍କା ବଢିଲା । ଏଥର ଦୁର୍ଗା ପୂଜାକୁ ଲଘୁଚାପ ଭସାଇବ ବୋଲି ଆଶଙ୍କା କରାଯାଉଛି । ୨୦ ତାରିଖରେ ମହାଷଷ୍ଠୀ, ୨୪ ତାରିଖରେ ଦଶହରା ଏବଂ ୨୫ରେ ଭସାଣି ରହିଛି । ତେବେ ଲଘୁଚାପ ଆସୁଥିବା ନେଇ ଆଇଏମ୍‌ଡି ତରଫରୁ ସୂଚନା ମିଳିଛି । ଅନ୍ୟପଟେ ୨୦ ତାରିଖରେ ୭ଟି ଜିଲ୍ଲାରେ ବର୍ଷିବ ବୋଲି ପୂର୍ବାନୁମାନ କରି ସତର୍କ ସୂଚନା ଜାରି କରାଯାଇଛି ।

ତେବେ ଆସନ୍ତା ୧୮ ତାରିଖରୁ ପାଗରେ ସାମାନ୍ୟ ପରିବର୍ତ୍ତନ ଆସିବା ବୋଲି କୁହାଯାଇଛି । ଉତ୍ତର ଓ ଦକ୍ଷିଣ ଆଭ୍ୟନ୍ତରୀଣ ଓଡ଼ିଶାର କିଛି ଜିଲ୍ଲାରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି । ଏହାର ପ୍ରଭାବରେ ୧୮ ତାରିଖଠାରୁ ବାଲେଶ୍ୱର, ମୟୂରଭଞ୍ଜ, କେନ୍ଦୁଝର, ସୁନ୍ଦରଗଡ଼, ଗଞ୍ଜାମ ଓ ଗଜପତି ଜିଲ୍ଲାର କିଛି ଅଞ୍ଚଳରେ ହାଲୁକାରୁ ମଧ୍ୟମ ଧରଣର ବର୍ଷାର ସମ୍ଭାବନା ଥିବାବେଳେ ୧୯ ତାରିଖରେ ଉତ୍ତର ଓଡ଼ିଶା ସହ ଯାଜପୁର, କେନ୍ଦ୍ରାପଡ଼ା, ନୟାଗଡ଼, କଟକ, ଜଗତସିଂହପୁର, ପୁରୀ ଓ ଖୋର୍ଦ୍ଧାର କିଛି ଅଞ୍ଚଳରେ ବର୍ଷାର ସମ୍ଭାବନା ରହିଛି ।

Get real time updates directly on you device, subscribe now.