fbpx
BJD SKY
BJD SKY

ଚିରଞ୍ଜିବୀ ଭବଃ! ଭାରତୀୟଙ୍କୁ ମିଳିଛି ଦୀର୍ଘାୟୁ ବରଦାନ… ୧୦୦ ବର୍ଷ ପର୍ଯ୍ୟନ୍ତ ବଢିବ ଆୟୁଷ?

BJD

ନୂଆଦିଲ୍ଲୀ: ମଣିଷ ସମାଜର ଅଧିକାଂଶ ଲୋକେ ନିଜର ଦୀର୍ଘାୟୁ କାମନା କରିଥାନ୍ତି । ଅଧିକ ବର୍ଷ ବଞ୍ଚି ରହିବା ପାଇଁ ସୁସ୍ଥ ଓ ସୁନ୍ଦର ଜୀବନ ଅତିବାହିତ କରିବାକୁ ଅନେକ ଲୋକଙ୍କର ଇଚ୍ଛା ଥାଏ । ତେବେ ଭାରତରେ ଜନ୍ମଗ୍ରହଣ କରିଥିବା ଲୋକମାନଙ୍କର ଏହି ଇଚ୍ଛା ଏବେ ସହଜରେ ପୂରଣ ହୋଇପାରିବ । କାରଣ ଭାରତୀୟଙ୍କ ଜିନ୍ସ ଖୁବ ଭଲ ହୋଇଥାଏ । ତେବେ ଭାରତୀୟମାନେ ଦୀର୍ଘାୟୁ ରହିବାର ଏକ ବଡ଼ ରହସ୍ୟ ଖୋଜି ବାହାର କରିଛନ୍ତି ବୈଜ୍ଞାନିକ । ଭିନ୍ନ ଭିନ୍ନ ବୟସ ବର୍ଗର ଲୋକମାନଙ୍କୁ ନେଇ ହୋଇଥିବା ଏକ ଅଧ୍ୟୟନରୁ ଏହି ରହସ୍ୟ ବିଷୟରେ ଜଣାଯାଇଛି । ଭାରତୀୟଙ୍କ ପାଇଁ ସୁରକ୍ଷା କବଚ ଭଳି କାର୍ଯ୍ୟ କରୁଥିବା ଭାରିଆଣ୍ଟକୁ ବୈଜ୍ଞାନିକମାନେ ଚିହ୍ନଟ କରିଛନ୍ତି ।

ବିଭିନ୍ନ ବୟସ ବର୍ଗର ଭାରତୀୟଙ୍କୁ ନେଇ ଏକ ରିସର୍ଚ୍ଚ କରାଯାଇଥିଲା, ଯେଉଁଥିରୁ ପ୍ରାୟ ୧୧ ବଂଶଗତ ଭାରିଆଣ୍ଟସ ଚିହ୍ନଟ ହୋଇଛି । ଏହି ଭାରିଆଣ୍ଟ ମଣିଷକୁ ଅକାଳ ମୃତ୍ୟୁର ବିପଦକୁ ବୃଦ୍ଧି କରୁଥିବା କାରକଗୁଡ଼ିକରୁ ରକ୍ଷା କରିଥାଏ ।

ରିସର୍ଚ୍ଚ ପରେ ବୈଜ୍ଞାନିକ କହିଛନ୍ତି ଯେ, ଲମ୍ବା ଆୟୁଷ ନିର୍ଦ୍ଧାରଣ କରିବାରେ ବଂଶଗତ କାରକ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ । ମଣିଷ ସୁସ୍ଥ ରହିବା ଏବଂ ଜୀବିତ ରହିବାରେ ପ୍ରାୟ ୪୦% ଭୂମିକା ଗ୍ରହଣ କରିଥାଏ । ରିପୋର୍ଟ ଅନୁସାରେ, ୨୦୦୦ ମସିହାରୁ ୨୦୧୯ ମସିହା ପର୍ଯ୍ୟନ୍ତ ଦେଶର ପ୍ରତ୍ୟେକ ବ୍ୟକ୍ତି ଜୀବନ ପ୍ରତ୍ୟାଶା ୬୨.୧%ରୁ ବୃଦ୍ଧି ପାଇ ପ୍ରାୟ ୭୦.୮%ରେ ପହଞ୍ଚିଛି । ତେବେ ବର୍ତ୍ତମାନ ମାତ୍ର ୦.୪% ଜନସଂଖ୍ୟା ୮୫ ବର୍ଷ ବୟସ ପର୍ଯ୍ୟନ୍ତ ବଞ୍ଚି ରହିବାରେ ସଫଳ ହେଉଛନ୍ତି । ଏହି ରିସର୍ଚ୍ଚରେ ୧୩୩ ଜଣ ୮୫ ବର୍ଷ ବା ତଦୁର୍ଦ୍ଧ ଆୟୁ ବର୍ଗର ଲୋକମାନଙ୍କୁ ସାମିଲ କରାଯାଇଥିବା ବେଳେ ୧୮-୫୫ ବର୍ଷ ବୟସ ମଧ୍ୟରେ ୧୧୫୫ ଜଣଙ୍କର ନମୁନା ସଂଗ୍ରହ କରାଯାଇଥିଲା । ଏଥିରେ ୧୧ଟି ବଂଶଗତ ଭାରିଆଣ୍ଟସ ଚିହ୍ନଟ ହୋଇଛି । ଏହି ଭାରିଆଣ୍ଟସ ଦୀର୍ଘାୟୁ ଏବଂ ବୟସ୍କ ବ୍ୟକ୍ତିମାନଙ୍କ ପାଇଁ ସୁରକ୍ଷା କବଚ ଭାବରେ କାର୍ଯ୍ୟ କରିଥାଏ ।

ରିସର୍ଚ୍ଚରୁ ଜଣାଯାଇଛି ଯେ, ଯୁବବର୍ଗଙ୍କ ତୁଳନାରେ ଦୀର୍ଘାୟୁ ଲୋକମାନଙ୍କ ଶରୀରରେ ବିପଦପୂର୍ଣ୍ଣ ରୋଗର ଜେନେଟିକ ତତ୍ତ୍ୱ କମ୍ ସକ୍ରିୟ ରହିଥାଏ । ରିସର୍ଚ୍ଚରୁ ଚିହ୍ନଟ ହୋଇଥିବା ୧୧ଟି ଭାରିଆଣ୍ଟସ ମଣିଷ ଶରୀରରେ ବିଶେଷ କରି ହୃଦସ୍ପନ୍ଦନର ମନ୍ଥର ଗତି, ସ୍କିଜୋଫ୍ରେନିଆ, ଚାପ, ପାଗଳାମି, ପିତ୍ତ ସମ୍ବନ୍ଧୀୟ ରୋଗ, ହୃଦଘାତ, ରକ୍ତ ଜମାଟ ବାନ୍ଧିବା ଭଳି ସ୍ୱାସ୍ଥ୍ୟ ସମସ୍ୟାରୁ ରକ୍ଷା କରିଥାଏ । ଭାରତରେ ଏହିସବୁ କାରଣରୁ ଅଧିକାଂଶ ମୃତ୍ୟୁ ଅକାଳରେ ହେଉଥିବା ବେଳେ ଭାରିଆଣ୍ଟସ ଗୁଡ଼ିକ ଯୋଗୁଁ ଏହି ଅପମୃତ୍ୟୁର ଆଶଙ୍କା ହ୍ରାସ ପାଇଥାଏ । ତେବେ ଏହି ରିସର୍ଚ୍ଚରୁ ଭାରତୀୟଙ୍କ ଦୀର୍ଘାୟୁ ହେବାର ରହସ୍ୟ ବିଷୟରେ ଜାଣିହେବ । ଏହି ତଥ୍ୟ ଆଗାମୀ ଭବିଷ୍ୟତରେ ଦୀର୍ଘାୟୁ ଏବଂ ସୁସ୍ଥ ଜୀବନ ବଞ୍ଚିବା ପାଇଁ ନୂଆ ରଣନୀତି ବିକଶିତ କରିବାରେ ସାହାଯ୍ୟ କରିବ ବୋଲି ଆଶା କରାଯାଉଛି ।

Get real time updates directly on you device, subscribe now.