fbpx

ନାମିବ୍ୟାକୁ କହିଲେ ନାଇଜେରିଆ… ଲମ୍ପି ଭାଇରସ ପାଇଁ ଚିତା ଦାୟୀ: କଂଗ୍ରେସ ନେତାଙ୍କ ମନ୍ତବ୍ୟକୁ ନେଇ ଘେରିଲା ବିଜେପି…

ମହାରାଷ୍ଟ୍ରରେ କଂଗ୍ରେସ ରାଷ୍ଟ୍ରୀୟ ଅଧ୍ୟକ୍ଷ ନାନା ପଟୋଲେଙ୍କ ଏକ ବୟାନକୁ ନେଇ ଚର୍ଚ୍ଚା ଜୋର ଧରିଛି । ସେ ବିଦେଶରୁ ଆସିଥିବା ଚିତାଙ୍କୁ ଲମ୍ପି ଭାଇରସ ପାଇଁ ଦାୟୀ କହିଛନ୍ତି । ବଡ଼ କଥା ହେଉଛି ଯେ ଚିତା ଆସିଥିଲେ ନାମିବ୍ୟାରୁ କିନ୍ତୁ ବୟାନ ଦେଉଥିବା ସମୟରେ ନାନା ପଟୋଲେ ନାମିବ୍ୟାକୁ ନାଇଜେରିଆ କହିଥିଲେ । ଏବେ ବିଜେପି ପଟୋଲେ ଙ୍କ ଏହି ବୟାନକୁ ବଡ଼ ମୁଦ୍ଧା କରି କଂଗ୍ରେସ ଉପରେ ବର୍ଷିଛନ୍ତି ।

ବିଜେପି ନେତା ଶହଜାଦ ପୁନାୱାଲା ଟ୍ୱିଟ କରି କହିଛନ୍ତି ଯେ ପଟୋଲେ ମହରାଷ୍ଟ୍ରର ରାହୁଲ ଗାନ୍ଧୀ । ସେ କହୁଛନ୍ତି ଲମ୍ପି ଭାଇରସ ନାଇଜେରିଆରୁ ଆସିଛି ଏବଂ ଏଥିପାଇଁ ଆସିଛି କାରଣ ମୋଦୀ ଜୀ ଚିତାକୁ ନେଇ ଆସିଛି । ଏବେ ପ୍ରକୃତରେ ଚିତା ତ’ ନାମିବ୍ୟାରୁ ଆସିଥିଲେ । କ’ଣ ୟାଙ୍କୁ ଏହା ଜଣା ନାହିଁ ଯେ ନାମିବ୍ୟା ଭିନ୍ନ ଦେଶ ଆଉ ନାଇଜେରିଆ ଭିନ୍ନ ଦେଶ? କଂଗ୍ରେସ ସୁବବେଳେ ମିଥ୍ୟା ପ୍ରଚାର କରିଆସୁଛି । କରୋନା ସମୟରେ ମଧ୍ୟ ଏଭଳି ମିଥ୍ୟା ଖବର ପ୍ରଚାର କରୁଥିଲେ । ଏହି ଲୋକମାନେ କରୋନା ଭାକ୍ସିନକୁ ନେଇ ଡର ଉତ୍ପନ୍ନ କରିଥିଲେ । ଏବେ କ’ଣ କଂଗ୍ରେସ ଏମାନଙ୍କ ଉପରେ ଆକ୍ସନ ନେବ? ଏମିତିରେ କେନ୍ଦ୍ରମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆ ମଧ୍ୟ ନାନା ପଟୋଲେଙ୍କ ମନ୍ତବ୍ୟ ଉପରେ ପ୍ରତିକ୍ରିୟା ରଖି କହିଛନ୍ତି ଯେ ଚିତା ନାମିବ୍ୟାରୁ ଆସିଛନ୍ତି ନାଇଜେରିଆରୁ ନୁହେଁ ।

ସୂଚନାଅନୂଯାୟୀ, ନାନା ପଟୋଲେ ଚାଷୀଙ୍କ କଥା କହୁଥିବା ସମୟରେ ବିଦେଶରୁ ଆସିଥିବା ଚିତାଙ୍କ କଥା କହିଥିଲେ । ସେ କହିଥିଲେ ଯେ ଲମ୍ପି ଭାଇରସ ଲମ୍ବା ସମୟରୁ ନାଇଜେରିଆରେ ବ୍ୟାପୁଛି ଏବଂ ଚିତା ମଧ୍ୟ ସେହି ଦେଶରୁ ଆସିଛି । କେନ୍ଦ୍ର ସରକାର ଜାଣିସୁଣି ଚାଷୀଙ୍କୁ କ୍ଷତି ପହଞ୍ଚାଇବା ପାଇଁ ଏଭଳି କରୁଛନ୍ତି । ପଟୋଲ ଆହୁରି ଦାବି କରିଥିଲେ ଯେ ବର୍ତ୍ତମାନ ଚିତା କାରଣରୁ ଦେଶର ଦରବୃଦ୍ଧି, ବେକାରୀ ଶେଷ ହେଉନାହିଁ । ସେ କହିଥିଲେ ଯେ ବିଦେଶରୁ ଚିତାକୁ ଆଣିବା ଦ୍ୱାରା ଦେଶର ଚାଷୀଙ୍କ  ସମସ୍ୟାର ସମାଧାନ ହେବନାହିଁ, ଦରବୃଦ୍ଧି ସମସ୍ୟାର ସମାଧାନ ହେବନାହିଁ, ବେକାରୀ ସମସ୍ୟାର ସମାଧାନ ହେବନାହିଁ । କିନ୍ତୁ ଏହାପରେ  ବି ବଡ଼ ମାତ୍ରାରେ ଚିତା ଆସିଛନ୍ତି ଯାହାପରେ ଦେଶରେ ଏହି ଲମ୍ପି ଭାଇରସ ବ୍ୟାପିଛି ।

Get real time updates directly on you device, subscribe now.