fbpx

ରାଜ୍ୟ ବାହାରେ ଫସିଥିବା ପ୍ରବାସୀଙ୍କ ରାଜ୍ୟ ଫେରନ୍ତା ଖର୍ଚ୍ଚ ଉଠାଇବ କଂଗ୍ରେସ

ନୂଆଦିଲ୍ଲୀ, ୪ା୫: ଦେଶରେ କରୋନା ସ୍ଥିତି ବିଗିଡ଼ିବାରେ ଲାଗିଛି । ଏନେଇ ଦେଶ ଓ ରାଜ୍ୟ ଲକ୍ ଡାଉନ ରହିଛି । ତେଣୁ ଅନେକ ପ୍ରବାସୀ ବାହାର ରାଜ୍ୟରେ ଫସି ରହିଛନ୍ତି । ଏନେଇ ଅନ୍ୟ ରାଜ୍ୟରୁ ଫେରୁଥିବା ପ୍ରବାସୀଙ୍କ ଗସ୍ତ ଖର୍ଚ୍ଚ ବହନ କରିବ କଂଗ୍ରେସ । ତାଙ୍କର ଗସ୍ତ ଖର୍ଚ୍ଚ ବହନ ନେଇ ନିଷ୍ପତ୍ତି ନେଇଛି ଭାରତୀୟ ଜାତୀୟ କଂଗ୍ରେସ । ଏନେଇ ସୂଚନା ଦେଇଛନ୍ତି କଂଗ୍ରେସ ସଭାପତି ସୋନିଆ ଗାନ୍ଧି । ନିକଟରେ ଅନେକ ପ୍ରବାସୀ ଆବଶ୍ୟକ ମୂଲ୍ୟରୁ ଅଧିକ ଅର୍ଥ ଖର୍ଚ୍ଚର୍ କରି ନିଜ ରାଜ୍ୟକୁ ଫେରିବା ନେଇ ଚର୍ଚ୍ଚା ହେଉଥିଲା । ଚେନାଇରୁ ୨ଲକ୍ଷ ଟଙ୍କାର ଡଙ୍ଗା କିଣି ୧୧ଜଣ ଓଡ଼ିଶା ଫେରିଥିବା ଦେଖିବାକୁ ମିଳିଥିଲା । ସେହିପରି ଗୁଜରାଟରୁ ୧ଲକ୍ଷ ୭୫ହଜାର ଖର୍ଚ୍ଚ କରି ୫୦ଜଣ ଓଡ଼ିଶା ଫେରିଥିବା ମଧ୍ୟ ଦେଖିବାକୁ ମିଳିଥିଲା ।

Get real time updates directly on you device, subscribe now.