fbpx

ନୂଆ ଆକ୍ରାନ୍ତଙ୍କ ତଥ୍ୟ ଦେଲେ ସରକାର

ଭୁବନେଶ୍ୱର, ୪ା୫(ଓଡ଼ିଶା ଭାସ୍କର): ଆଜି ରାଜ୍ୟରେ ସୁନ୍ଦରଗଡ଼ରୁ ଆଉ ଜଣେ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିଲେ । ଆକ୍ରାନ୍ତ ଜଣକର ତଥ୍ୟ ଦେଇଛନ୍ତି ରାଜ୍ୟ ସରକାର । ଚିହ୍ନଟ ହୋଇଥିବା ଆକ୍ରାନ୍ତ ଜଣକ ରାଉରକେଲା ନାଲା ରୋଡ଼ର । ସେ ଯୁବତୀ ଜଣକ ବୟସ ୨୯ବର୍ଷ । ସେ କଣ୍ଟେନମେଣ୍ଟ ଜୋନର ହୋଇଥିବା ବେଳେ ପୂର୍ବ ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସିଥିବା ନେଇ ସୂଚନା ମିଳିଛି । ଏନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ କଣ୍ଟାକ୍ଟ ଟ୍ରେସିଂ ଜାରି ରହିଛି । ଏହାସହ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୬୩ରେ ପହଞ୍ଚିଛି ।

Get real time updates directly on you device, subscribe now.