fbpx

କଂଗ୍ରେସର ଉଦୟପୁର ଚିନ୍ତନ ଶିବିର ବିଫଳ, ଗୁଜରାଟ ଏବଂ ହିମାଚଳରେ ଦଳକୁ ମିଳିବ ପରାଜୟ-ପ୍ରଶାନ୍ତ କିଶୋର

ନୁଆଦିଲ୍ଲୀ: ନିର୍ବାଚନ ରଣନିତିଜ୍ଞ ପ୍ରଶାନ୍ତ କିଶୋର କଂଗ୍ରେସକୁ କଟାକ୍ଷ କରିଛନ୍ତି । ଶୁକ୍ରବାର ସେ ଟ୍ୱିଟ୍ କରି କହିଛନ୍ତି କି ଉଦୟପୁରରେ “କଂଗ୍ରେସର ଚିନ୍ତନ ଶିବିର’ରେ ମୋରା ମତାମତ ବାରମ୍ବାର ମଗାଯାଉଥିଲ । ତେବେ ପ୍ରଶାନ୍ତଙ୍କ ମତାମତରେ ଏହା ବିଫଳ ବୋଲି ସେ କହିଛନ୍ତି ।

ପ୍ରଶାନ୍ତ କିଶୋର କହିଛନ୍ତି, ମୋ ବିଚାରରେ ଏହି ଶିବିର ଯତାସ୍ଥିତିକୁ ଲମ୍ବା ଟାଣିବା ଏବଂ କଂଗ୍ରେସ ନେତୃତ୍ୱ ଗୁଜରାଟ ଏବଂ ହିମାଚଳ ବିଧାନସଭା ନିର୍ବାଚନରେ ଆସନ୍ନ ଘୋର ପରାଜୟ ବରଣ ପର୍ଯ୍ୟନ୍ତ କିଛି ସମୟ ଦେବା ଛଡ଼ା କିଛି ଅଧିକ ହାସଲ କରିପାରିବେ ନାହିଁ । ନିକଟରେ ପ୍ରଶାନ୍ତ କଂଗ୍ରେସରେ ଯୋଗ ଦେଉଥିବା ନେଇ ଚର୍ଚ୍ଚା ହେଉଥିଲା । କିନ୍ତୁ ସେ ଏହାକୁ ଖାରଜ କରି ଦେଇଥିଲେ । ଏହା ପରେ ସେ ବିହାରରେ ନିଜର ରାଜନୈତିକ ଜୀବନ ଆରମ୍ଭ କରିବା ନେଇ ଘୋଷଣା କରିଥିଲେ ।

ଉଦୟପୁରରେ କଂଗ୍ରେସର ଚିନ୍ତନ ଶିବିର ଉପରେ ପ୍ରଶାନ୍ତଙ୍କ ମତାମତ ବହୁ ଗୁରୁତ୍ୱପୁର୍ଣ୍ଣ । କାରଣ ନିକଟରେ ଶେଷ ହୋଇଥିବା ଏହି ଚିନ୍ତନ ଶିବିରରେ ଦଳର ବହୁ ନେତା ବଡ଼ ଧରଣର ପରିବର୍ତ୍ତନ ନେଇ ଦାବି କରିଥିଲେ । କୁହାଯାଉଛି ଯେ ଏହି ବୈଠକରେ ରାହୁଲ ଗାନ୍ଧୀଙ୍କୁ ପୁଣି ଥରେ ସଭାପତି କରିବାକୁ ଦାବି ଉଠିଥିଲା । ଏପରିକି ଯେଉଁ ନେତାମାନେ ପୁର୍ବରୁ ଏହାକୁ ବିରୋଧ କରୁଥିଲେ ସେମାନେ ମଧ୍ୟ ଏଥିରେ ସହମତି ପ୍ରକାଶ କରିଥିଲେ ।

ତେବେ ଏଥିରୁ ଜଣା ପଡୁଛି ଯେ, ଆଗକୁ ଅସୁଥିବା ବିଧାନସଭା ନିର୍ବାଚନରେ ରାହୁଲ ଗୁରୁତ୍ୱପୁର୍ଣ୍ଣ ଭୁମିକା ନିର୍ବାହ କରିପାରନ୍ତି । ଏହା ସହ ୨୦୨୪ ନିର୍ବାଚନରେ ମଧ୍ୟ ସେ ଦଲର ନେତୃତ୍ୱ ନେଇ ପାରନ୍ତି ।

 

 

 

 

 

 

 

 

 

 

 

 

 

 

Get real time updates directly on you device, subscribe now.