fbpx
BSKY
BJD SHG SKY
BJD YOUTH SKY

ଶିବରାତ୍ରୀରେ ମନ୍ତ୍ରୀ ନିତ୍ୟାପନ୍ଦଙ୍କୁ ହତ୍ୟା ଷଡଯନ୍ତ୍ର ; ବିଫଳ କଲା ପୋଲିସ, ଭିଡିଓ ଭାଇରାଲ, ଜଣେ ଗିରଫ

ନୂଆଦିଲ୍ଲୀ : ଓଡିଶାରେ ସ୍ୱାସ୍ଥ୍ୟମନ୍ତ୍ରୀଙ୍କୁ ଗୁଳି ହତ୍ୟା ପରେ ଏବେ ଦେଶରେ ଅନେକ ନେତା ଓ ମନ୍ତ୍ରୀ ଆତଙ୍କିତ ଅବସ୍ଥାରେ ରହିଛନ୍ତି । କେତେବେଳେ କାହାର ସମସୟ ଖରାପ ଆସିବ ଆଉ ଗୋପାଳ ଦାସ ଭଳି କେଉଁ ମାନସିକ ରୋଗୀ ତାଙ୍କୁ ଗୁଳି କରି ଉଡାଇଦେବ, ତାହାକୁ ନେଇ ସମସ୍ତେ ଚିନ୍ତିତ । ଏବେ ନେତା ମନ୍ତ୍ରୀମାନେ ନିଜ ସୁରକ୍ଷା ବଳକୁ ଆହୁରି କଡାକଡି କରିଛି । ପୋଲିସ ମଧ୍ୟ ତତ୍ପରତା ଦେଖାଇବାରେ ହେଳା କରୁନାହିଁ । ଏଭଳି ପରିସ୍ଥିତିରେ ଚର୍ଚ୍ଚା ହେଉଛି ଯେ, ଏବେ କୁଆଡେ ଲୋକଙ୍କୁ ସ୍ୱପ୍ନ ହେଉଛି ନେତା ମନ୍ତ୍ରୀଙ୍କୁ ଗୁଳି କରିବା ପାଇଁ ।

ଏକଥା ଆମେ କହୁ ନାହୁୁଁ । ଗୋଟିଏ ଭିଡିଓ ଭାଇରାଲ ହୋଇଛି ଯେ, ଯେଉଁଥିରେ ଦେଖିବାକୁ ମିଳୁଛି ଯେ ଦୁଇ ଜଣଙ୍କ ମଧ୍ୟରୁ ଜଣେ ଯୁବକ କହୁଛନ୍ତି ଯେ, ମୋତେ ସ୍ୱପ୍ନ ଆସୁଛି ମୁଁ ଆସନ୍ତା ଶିବରାତ୍ରିରେ କେନ୍ଦ୍ର ଗୃହ ରାଜ୍ୟ ମନ୍ତ୍ରୀଙ୍କୁ ଗୁଳି କରି ହତ୍ୟା କରିବି ।

ମିଳିଥିବା ସୂଚନା ଅନୁସାରେ, ଆସନ୍ତା ଶିବରାତ୍ରୀ ଅବସରରେ କେନ୍ଦ୍ର ଗୃହ ରାଜ୍ୟମନ୍ତ୍ରୀ ନିତ୍ୟାନନ୍ଦ ରାୟଙ୍କୁ ହତ୍ୟା କରାଯାଇଥାନ୍ତା ଅର୍ଥାତ୍ ହତ୍ୟା ଷଡଯନ୍ତ୍ର କରାଯାଇଥିଲା । ଏନେଇ ଦୁଇ ଜଣ ଯୁବକ ଆଲୋଚନା କରୁଛନ୍ତି, ଯାହାର ଭିଡିଓ ଆସିଛି । ଭିଡିଓରେ ଦେଖିବାକୁ ମିଳିଛି ଯେ, ଦୁଇ ଜଣ ଯୁବକ ମଧ୍ୟରୁ ଜଣେ ଯୁବକ କହୁଛନ୍ତି, ମୋତେ ସ୍ୱପ୍ନ ଆସୁଛି ଯେ କେନ୍ଦ୍ର ଗୃହମନ୍ତ୍ରୀ ନିତ୍ୟାନନ୍ଦ ରାୟକୁ ଗୁଳି କରିବି । ଏହି ସ୍ୱପ୍ନ ଆଜିକାଲିର ନୁହେଁ ୩ ବର୍ଷରୁ ଆସୁଛି । ଏହାକୁ ସୋସିଆଲ ମିଡିଆରେ ଭାଇରାଲ କରାଯାଇଥିଲା। ଏହା ଜାଣିବା ମାତ୍ରେ ପୋଲିସ ସକ୍ରିୟ ହୋଇ ଯୁବକଙ୍କୁ ଗିରଫ କରି ପଚରାଉଚରା ଚଳାଇଛି । ଯାହା ଦ୍ୱାରା ଯୁବକଙ୍କର ୩ ବର୍ଷର ସ୍ୱପ୍ନ ବିଫଳ ହୋଇଛି । ଅର୍ଥାତ୍ କେନ୍ଦ୍ର ଗୃହ ରାଜ୍ୟମନ୍ତ୍ରୀ ନିତ୍ୟାନନ୍ଦ ରାୟଙ୍କ ହତ୍ୟା ଷଡଯନ୍ତ୍ର ବିଫଳ ହୋଇଛି ।

Get real time updates directly on you device, subscribe now.