fbpx
BSKY
BJD MC SKY
BJD YOUTH SKY

ଭିଜିଲାନ୍ସ ଜାଲରେ କନେଷ୍ଟବଳ

ଭୁବନେଶ୍ୱର, ୧୬ା୭(ଓଡ଼ିଶା ଭାସ୍କର): ପୋଲିସ ସେବା ଭବନରେ ଆଜି ଭିଜିଲାନ୍ସ ପକ୍ଷରୁ ଚଢ଼ାଉ ହୋଇଥିଲା । ସେଠାରେ ଜଣେ କନେଷ୍ଟବଳଙ୍କୁ ଲାଞ୍ଚ ନେଉଥିବା ବେଳେ ଗିରଫ କରିଛି ଭିଜିଲାନ୍ସ । ପ୍ରୋଭିଡେଣ୍ଟ ଫଣ୍ଡ କରେଇଦେବା ନାମରେ ସେ ଲାଞ୍ଚ ନେଉଥିଲେ । ସେ ୮ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଥିବା ନେଇ ସୂଚନା ମିଳିଛି । ଏହାସହ ଲାଞ୍ଚ ନେଇ ଗିରଫ ହେବା ପରେ କନେଷ୍ଟବଳ ସୁରେଶ ଚନ୍ଦ୍ର ଦାସଙ୍କୁ ନିଲମ୍ବନ କରାଯାଇଛି । ତାଙ୍କୁ ନିଲମ୍ବନ କରିଛନ୍ତି ପୋଲିସ କମିଶନର ।

Get real time updates directly on you device, subscribe now.