fbpx

କରୋନା ରୋଗୀର ୧.୫ କୋଟିର ବିଲ୍ ଛାଡ, ଟିକେଟ୍ ଦେଇ କହିଲେ-‘ଭାରତ ପଳା’

କରୋନା ସଙ୍କଟ ସମୟରେ ମାନବିକତା ଦେଖାଇଲା ଦୁବାଇର ଏକ ମେଡିକାଲ । ଦୁବାଇର ଏକ ମେଡିକାଲରେ ଭର୍ତ୍ତି ହୋଇଥିବା ତେଲେଙ୍ଗାନାର କରୋନା ରୋଗୀର ୧ କୋଟି ୫୨ ଲକ୍ଷ ଟଙ୍କାର ବିଲ ଛାଡ କରିବା ସହ ମାଗଣା ଟିକେଟ ଓ ୧୦ ହଜାର ଟଙ୍କା ଦେଇ ଭାରତକୁ ପଠାଯାଇଛି ।

ତେବେ ତେଲେଙ୍ଗାନାର ଜଗିତାଲରୁ ଆସିଥିବା ୪୨ ବର୍ଷୀୟା ଓଦନଲା ରାଜେଶ କରୋନରେ ଚିହ୍ନଟ ହେବା ପରେ ଦୁବାଇର ଏକ ମେଡିକାଲରେ ଭର୍ତ୍ତି ହୋଇଥିଲେ । ପ୍ରାୟ ୮୦ ଦିନର ଚିକିତ୍ସା ପରେ ରାଜେଶଙ୍କୁ ମେଡିକାଲରୁ ଡିସଚାର୍ଜ କରାଯାଇଥିଲା । କିନ୍ତୁ ସେତେବେଳକୁ ତାଙ୍କ ବିଲ୍ ୭,୬୨,୫୫୫ ଦିରହମ ବା ୧ କୋଟି ୫୨ ଲକ୍ଷ ଟଙ୍କା ହୋଇଥିଲା ।

ଏହା ପରେ ଦୁବାଇର ଗଲ୍ଫ ୱାର୍କସ ପ୍ରୋଟେକ୍ସନ ସୋସାଇଟର ସଭାପତି ଗୁଣ୍ଡେଲୀ ନରସିଂହ ରାଜେଶଙ୍କ ସହାୟତା ପାଇଁ ଦୁବାଇର ଭାରତୀୟ କନସୁଲେଟ ଅଫିସର ଶ୍ରୀମାନସୁଥ ରେଡ୍ଡୀଙ୍କ ସମ୍ମୁଖରେ ଏହି ମାମଲା ରଖିଥିଲେ । ଏହା ସହ ବାଣିଜ୍ୟ ଦୂତବାସର ଅଧିକାରୀ ହରଜିତ୍ ସିଂହ ମଧ୍ୟ ଦୁବାଇ ମେଡିକାଲକୁ ଚିଠି ଲେଖି ମାନବିକତା ଦୃଷ୍ଟିରୁ ଗରିବଙ୍କ ବିଲ ଛାଡ କରିବାକୁ କହିଥିଲେ । ଡାକ୍ତରଖାନାକୁ ମଧ୍ୟ ସକାରାତ୍ମକ ପ୍ରତିକ୍ରିିୟା ମିଳିବା ସହ ରାଜେଶଙ୍କ ବିଲ୍ ଛାଡ କରାଯାଇଥିଲା ।

Get real time updates directly on you device, subscribe now.