fbpx

ବାର୍ ହତ୍ୟାକାଣ୍ଡରେ ୬ଜଣ ଗିରଫ

ଭୁବନେଶ୍ୱର, ୧୬ା୭(ଓଡ଼ିଶା ଭାସ୍କର): ଖୋର୍ଦ୍ଧା ବାଇପାସ ନିକଟସ୍ଥ ଏକ ବାରରେ କର୍ମଚାରୀଙ୍କୁ ହତ୍ୟା କରାଯାଇଥିଲା । ଏହି ମାମଲାରେ ଆଜି ୬ଜଣଙ୍କୁ ଗିରଫ କରିଛି ପୋଲିସ । ସେଠାରେ ଲାଗିଥିବା ସିସିଟିଭି ଫୁଟେଜକୁ ଆଧାର କରି ୬ଜଣଙ୍କୁ ଗିରଫ କରାଯାଇଛି । ଏହାସହ ବିଏମଡ଼ବ୍ଲୁ କାର ସହ ମାରଣାସ୍ତ୍ର ଓ ୯ଟି ମୋବାଇଲ ମଧ୍ୟ ଜବତ କରିଛି ପୋଲିସ । ଉଲ୍ଲେଖଯୋଗ୍ୟ ଯେ ଦୁର୍ବୃତ୍ତମାନେ ଏକ ବିଏମଡ଼ବ୍ଲୁ କାରରେ ଆସି ଖୋର୍ଦ୍ଧା ବାଇପାସ ନିକଟ ଏକ ବାରରେ କର୍ମଚାରୀଙ୍କୁ ଛୁରି ଭୁସି ହତ୍ୟା କରିଥିଲେ । ଏନେଇ ଏକ ସାମ୍ବାଦିକ ସମ୍ମିଳନୀରେ ଖୋର୍ଦ୍ଧା ଏସପି ସୂଚନା ଦେଇଛନ୍ତିି ।

Get real time updates directly on you device, subscribe now.