fbpx

ବାଃ ବାଃରେ ପୋଲିସ ! କରୋନା ଟୀକା ଟେଷ୍ଟ ପାଇଁ ନିଜ ଶରୀର ଦେବାକୁ ଚାହାଁନ୍ତି କନେଷ୍ଟବଳ

ସାରା ଦେଶରେ କରୋନା ଭାଇରସ୍ ଯୋଗୁଁ ଆକ୍ରାନ୍ତଙ୍କ ସଂଖ୍ୟା ଓ ମୃତକଙ୍କ ସଂଖ୍ୟା ବଢିବାରେ ଲାଗିଛି । ୨୧ ଦିନର ଲକ୍-ଡାଉନରେ ଲୋକମାନଙ୍କୁ ନିଜ ଘରେ ରଖିବାକୁ ନିର୍ଦ୍ଦେଶ ଦିଆଯାଉଥିବା ବେଳେ ବହୁ ବ୍ୟକ୍ତି ସେମାନଙ୍କ ଜୀବନକୁ ପଛରେ ପକାଇ ଲୋକଙ୍କ ସେବା ପାଇଁ ଆଗେଇ ଆସିଛନ୍ତି । ସେମାନଙ୍କୁ ମଧ୍ୟରୁ ପୋଲିସଙ୍କ କର୍ତ୍ତବ୍ୟ କହିଲେ ନସରେ । ଲୋକଙ୍କୁ ସଚେତନ କରିବା ପାଇଁ ସେମାନେ ଦିନ, ରାତି କାମ କରିଚାଲିଛନ୍ତି । ଏହାରି ମଧ୍ୟରେ ଗୁଜୁରାଟରେ ଜଣେ ପୋଲିସ କନେଷ୍ଟବଳଙ୍କ ସାହସିକତା ଓ କର୍ତ୍ତବ୍ୟକୁ ସଲାମ୍ କରିଛନ୍ତି ସାରା ଦେଶବାସୀ ।

ତେବେ ବୈଜ୍ଞାନିକମାନେ କରୋନା ମୁକାବିଲା ପାଇଁ ଟୀକାର ପ୍ରସ୍ତୁତ କରିଛନ୍ତି, କିନ୍ତୁ ତାହାକୁ ପଶୁମାନଙ୍କ ଉପରେ ପରୀକ୍ଷା କରାଯାଉଛି । କରୋନା ଚିକିତ୍ସା ପାଇଁ ତାହାକୁ ମାନବ ଶରୀର ଉପରେ ପ୍ରୟୋଗ କରିବା ଜରୁରୀ । ଏନେଇ ଗୁଜୁରାଟର ସାବରମତୀ ପୋଲିସ ଷ୍ଟେସନର ହେଡ୍ କନେଷ୍ଟବଳ ସଞ୍ଜୟ ଗଡବୀ ସ୍ୱେଚ୍ଛାକୃତ ଭାବେ ନିଜ ଶରୀରରେ କରୋନା ଟୀକା ଟେଷ୍ଟ ପାଇଁ ବ୍ୟବହାର କରିବାକୁ କହିଛନ୍ତି । ଏହା ସହ ଟେଷ୍ଟ ସମୟରେ କିଛିି ବି ଅଘଟଣ ହେବା ଦ୍ୱାରା ମୋ ପରିବାର ତରଫରୁ କୌଣସି ବି ଅଭିଯୋଗ ହେବ ନାହିଁ ବୋଲି ସେ କହିଛନ୍ତି ।

Get real time updates directly on you device, subscribe now.