fbpx

ଏସବିଆଇ ଘର ଲୋନ୍ ଗ୍ରାହକଙ୍କୁ ପୁଣି ଉପହାର, ଜାଣନ୍ତୁ କେତେ କମିବ EMI

ଯଦି ଆପଣ ଦେଶର ସର୍ବବୃହତ ବ୍ୟାଙ୍କ ଭାରତୀୟ ଷ୍ଟେଟ ବ୍ୟାଙ୍କରୁ ଘର ଲୋନ୍ ନେଇଛନ୍ତି, ତେବେ ଆପଣଙ୍କ ପାଇଁ ଖୁସି ଖବର । ଏସବିଆଇ ମଙ୍ଗଳବାର ଦିନ ମାର୍ଜିନ କଷ୍ଟ ଅଫ୍ ଲ୍ୟାଣ୍ଡିଙ୍ଗ ରେଟ୍ ବା (ଏମସିଏଲଆର)ରେ ୩୫ ଆଧାର ପଏଣ୍ଟ ଅର୍ଥାତ୍ ୦.୩୫ ପ୍ରତିଶତ ହ୍ରାସ କରିଛି । ଏପ୍ରିଲ ୧୦ରୁ ଏହି ନୂଆ ଦର ଲାଗୁ ହେବ ।

ଏହି ପରିବର୍ତ୍ତନ ସହ ବ୍ୟାଙ୍କର ଏକ ବର୍ଷର ଏମସିଏଲଆର ୭.୭୫ ପ୍ରତିଶତରୁ ୭.୪୦ ପ୍ରତିଶତକୁ ଖସିଆସିଛି । ଘର ଲୋକ ଗ୍ରାହକମାନେ ଏହି ରିହାତିର ସର୍ବାଧିକ ଲାଭ ପାଇବାକୁ ଯାଉଛନ୍ତି । ଏହା ବ୍ୟତିତ ସମସ୍ତ ପ୍ରକାର ଖୁଚୁରା ଲୋନ୍ ଗ୍ରାହକମାନେ ମଧ୍ୟଉପକୃତ ହେବେ ।

Get real time updates directly on you device, subscribe now.