fbpx

ସ୍ୱର ଶୁଣିବା ମାତ୍ରେ କହିଦେବ କରୋନାର ଲକ୍ଷଣ! ଏପରି ଆପ୍ ପ୍ରସ୍ତୁତ ହୋଇଥିବା ଦାବି

ବର୍ତ୍ତମାନ ସୁଦ୍ଧା କରୋନା ଭାଇରସ୍ ବା କୋଭିଡ୍-୧୯କୁ ନେଇ ଅନେକ ଆପ୍ ପ୍ରସ୍ତୁତ ହୋଇସାରିଛି । କିନ୍ତୁ ଏବେ ଏକ ନୂଆ ଆପ୍ ଆସିଛି, ଯାହାକି ସ୍ୱର ଶୁଣିବା ମାତ୍ରେ କରୋନା ଲକ୍ଷଣକୁ ଚିହ୍ନଟ କରିଦେବ । କାର୍ନେଗୀ ମେଲନ ବିଶ୍ୟବିଦ୍ୟାଳୟର ରିସର୍ଚ୍ଚରମାନେ ସ୍ୱରକୁ ବିଶ୍ଲେଷଣ କରି କରୋନ ଲକ୍ଷଣ ଚିହ୍ନଟ କରିପାରୁଥିବା ଏକ ଆପ୍ ଡିଜାଇନ୍ କରିଛନ୍ତି ।

କିନ୍ତୁ ଏହି ଆପରେ ସମ୍ପୂର୍ଣ୍ଣ ଭରଷା କରାଯାଇ ପାରିବନାହିଁ । ଆପ୍ ମାଧ୍ୟମରେ ଭଏସ୍ ଆନାଲାଇଜ୍ କରିବା ପରେ ଫଳାଫଳକୁ ଦେଖି ଲୋକମାନେ କରୋନା ଟେଷ୍ଟ କରିବେ କି ନାହିଁ, ସେନେଇ ନିଷ୍ପତ୍ତି ନେଇପାରନ୍ତି ।

ତେବେ ଏହି ଆପର ନାମ କୋଭିଡ ଭଏସ୍ ଡିଟେକ୍ଟର ରଖାଯାଇଛି । ତେବେ ଏହା କେବଳ ସ୍ୱରକୁ ବିଶ୍ଲେଷଣ କରେ ନାହିଁ, ବରଂ ଆପଣଙ୍କୁ କିଛି ପ୍ରଶ୍ନ ମଧ୍ୟ ପଚାରିଥାଏ ।

Get real time updates directly on you device, subscribe now.