fbpx
BSKY
BJD MC SKY
BJD YOUTH SKY

ଗରିବଙ୍କ ପାଇଁ ବଡ଼ ଉପହାର ଘୋଷଣା: ଶ୍ରମିକଙ୍କ ବସଯାତ୍ରା ମାଗଣା, ମିଳିବ ଜୀବନ ବୀମା ସୁବିଧା, ଶ୍ରମ ବିଭାଗକୁ CMଙ୍କ ନିର୍ଦ୍ଦେଶ

ନୂଆଦିଲ୍ଲୀ: ଦେଶର ଶ୍ରମିକ ତଥା ଗରିବ ଶ୍ରେଣୀର ଲୋକଙ୍କ ପାଇଁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଅନେକ ପଦକ୍ଷେପ ଗ୍ରହଣ କରୁଛନ୍ତି । ତେବେ ଏହା ମଧ୍ୟରେ ନିର୍ମାଣ ଶ୍ରମିକଙ୍କ ପାଇଁ ସରକାରଙ୍କ ତରଫରୁ ଏକ ବଡ଼ ଉପହାର ଘୋଷଣା କରାଯାଇଛି । ଏଣିକି ଶ୍ରମିକମାନେ ବସରେ ଯାତାୟାତ କରିବା ସମୟରେ କୌଣସି ଫିସ୍ ଦେବେ ନାହିଁ । ଶ୍ରମିକଙ୍କ ପାଇଁ ମାଗଣା ବସ ଯାତ୍ରା ନେଇ ଘୋଷଣା କରାଯାଇଛି ।

ସୂଚନା ମୁତାବକ, ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଶ୍ରମିକଙ୍କ ବେନିଫିଟ୍ ପାଇଁ ଏକ ବଡ଼ ପଦକ୍ଷେପ ଗ୍ରହଣ କରିଛନ୍ତି । ଶ୍ରମିକମାନେ କିପରି ମାଗଣାରେ ବସ ଯାତ୍ରା କରିବା ସହିତ ଜୀବନ ବୀମା ସୁବିଧା ପାଇ ପାରିବେ ସେନେଇ ଶ୍ରମ ବିଭାଗ ସହ ଆଲୋଚନ କରିଛନ୍ତି । ପୂର୍ବରୁ ଦିଲ୍ଲୀ ସରକାର ମହିଳାଙ୍କୁ ମାଗଣାରେ ଡିଟିସି ବସ ଯାତ୍ରା ସୁବିଧା ପ୍ରଦାନ କରିଥିଲେ । ଏବେ ଲକ୍ଷ ଲକ୍ଷ ପଞ୍ଜିକୃତ ଶ୍ରମିକ ଏହି ଫାଇଦା ପାଇବାକୁ ଯାଉଛନ୍ତି ।

ଶ୍ରମିକଙ୍କ ସୁବିଧା ପାଇଁ ଡିଟିସି ସହିତ ଆଲୋଚନା କରିବା ପାଇଁ ମୁଖ୍ୟମନ୍ତ୍ରୀ ଶ୍ରମ ବିଭାଗକୁ ନିର୍ଦ୍ଦେଶ ଦେଇଛନ୍ତି । ବସ ପାସ ବଦଳରେ ଡିଟିସି ଏକ ଶୁଳ୍କ ଧାର୍ଯ୍ୟ କରିବ ଓ ତାହାକୁ ଦିଲ୍ଲୀ ସରକାର ବହନ କରିବେ ବୋଲି କୁହାଯାଇଛି । ଏଥିସହିତ ଓକିଲଙ୍କ ପରି ନିର୍ମାଣ ଶ୍ରମିମାନେ ମଧ୍ୟ ଗ୍ରୁପ ଲାଇଫ୍ ଇନସ୍ୟୁରାନ୍ସ ସୁବିଧା ପାଇବେ ବୋଲି ଜଣାପଡ଼ିଛି । ଶ୍ରମ ବିଭାଗର ବିଭିନ୍ନ ଯୋଜନା ଉପରେ ଅନୁଷ୍ଠିତ ଉଚ୍ଚସ୍ତରୀୟ ବୈଠକରେ ଶ୍ରମିକଙ୍କ ଉପରେ ଆକଳନ କରିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି । ସମସ୍ତ ପଞ୍ଜିକୃତ ଶ୍ରମିକଙ୍କୁ ଯେପରି ଫାଇଦା ମିଳିପାରିବ ସେନେଇ ଅର୍ଥରାଶିର ସକାରାତ୍ମକ ଓ ପ୍ରଭାବୀ ଢଙ୍ଗରେ ଉପଯୋଗ କରିବାକୁ ଶ୍ରମ ବିଭାଗକୁ କୁହାଯାଇଛି ।

Get real time updates directly on you device, subscribe now.