fbpx
BSKY
BJD MC SKY
BJD YOUTH SKY

ପୁଣି ରାଜଧାନୀକୁ ଫେରିଲା ‘କଣ୍ଟେନମେଣ୍ଟ ଜୋନ୍’, ଦଶହରା ପୂର୍ବରୁ କରୋନା କଡ଼ ଲେଉଟାଇଲା

ଭୁବନେଶ୍ୱର(ଓଡ଼ିଶା ଭାସ୍କର): କିଛିଦିନର ନିରବତା ପରେ ପୁଣି ଥରେ ରାଜଧାନୀ ଭୁବନେଶ୍ୱରକୁ ଫେରିଛି ‘କଣ୍ଟେନମେଣ୍ଟ ଜୋନ୍ । ଏକାଧିକ କରୋନା ଚିହ୍ନଟ ପରେ ଭୁବନେଶ୍ୱର ମହାନଗର ନିଗମ (ବିଏମସି) ପକ୍ଷରୁ ଏହି ନିଷ୍ପତ୍ତି ନିଆଯାଇଛି । ରାଜଧାନୀର ଫରେଷ୍ଟ ପାର୍କ ସ୍ଥିତ ରାଜେନ୍ଦ୍ର ବିହାର ଆପାର୍ଟମେଣ୍ଟର ୧୦ଟି ଫ୍ଲାଟରେ ଏକାଧିକ ସଂକ୍ରମିତଙ୍କ ଚିହ୍ନଟ ପରେ ତାହାକୁ କଣ୍ଟେନମେଣ୍ଟ ଜୋନ୍ ଭାବେ ଘୋଷଣା କରାଯାଇଛି ।

ତେବେ କଣ୍ଟେନମେଣ୍ଟ ଜୋନ ଘୋଷଣା ହେବା ପରେ ଉକ୍ତ ଅଞ୍ଚଳରେ ପ୍ରବେଶ ଓ ପ୍ରସ୍ଥାନ ଉପରେ ବିଏମସି ପକ୍ଷରୁ କଟକଣା ଲାଗୁ କରାଯାଇଛି । ଉକ୍ତ ଅଞ୍ଚଳମାନଙ୍କରେ ମେଡିସିନ୍ ଓ ଅନ୍ୟାନ୍ୟ ଅତ୍ୟାବଶ୍ୟକ ଜିନିଷ ବିଏମସି ଯୋଗାଇ ଦେବ ବୋଲି କୁହାଯାଇଛି । ସୂଚନାଯୋଗ୍ୟ ଯେ, ବିଗତ କିଛି ଦିନ ଧରି ରାଜ୍ୟରେ କରୋନା ସଂକ୍ରମଣ ନିମ୍ନମୁଖୀ ହେବାରେ ଲାଗିଥିଲା । କିଛି ଦିନ ପରେ ପୁଣି ଥରେ ରାଜଧାନୀରେ କୋଭିଡ୍ ସଂକ୍ରମଣ ବୃଦ୍ଧି ପାଇବା ସହ କଣ୍ଟେନମେଣ୍ଟ ଜୋନ ଫେରିବା ସ୍ଥାନୀୟ ବାସିନ୍ଦାଙ୍କ ମନରେ ଆଶଙ୍କା ସୃଷ୍ଟି କରିଛି ।

Get real time updates directly on you device, subscribe now.