fbpx

କଣ୍ଟେନମେଣ୍ଟ ଜୋନ ଅବଧି ବୃଦ୍ଧି

କୋରାପୁଟ, ୨ା୫(ଓଡ଼ିଶା ଭାସ୍କର): କୋରାପୁଟ ସ୍ଥିତ ପୋଡ଼ାଗଡ଼ କଣ୍ଟେନମେଣ୍ଟ ଜୋନ ସମୟସୀମା ବଢ଼ିଛି । ଆଉ ୪୮ଘଣ୍ଟା ପାଇଁ ସମୟ ସୀମା ବୃଦ୍ଧି କରିଛନ୍ତି ଜିଲ୍ଳା ପ୍ରଶାସନ । ଆଜି ଦିନ ୧୨ଟାରେ କଣ୍ଟେନମେଣ୍ଟ ଜୋନ ଅବଧି ଶେଷ ହେଉଥିଲା । କଣ୍ଟେନମେଣ୍ଟ ସମୟ ଅବଧି ୪ମେ ଦିନ ୧୨ଟା ଯାଏଁ ବୃଦ୍ଧି କରାଯାଇଛି । ଏନେଇ ନିର୍ଦ୍ଦେଶନାମା ଜାରି କରିଛନ୍ତି ଜିଲ୍ଲାପାଳ ମଧୂସୁଦନ ମିଶ୍ର ।
ରାଜ୍ୟରେ ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ଓଡ଼ିଶାରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୫୪କୁ ବୃଦ୍ଧି ପାଇଛି । ସେମାନଙ୍କ ମଧ୍ୟରୁ ୫୫ଜଣ ସୁସ୍ଥ ହୋଇଥିବା ବେଳେ ଜଣଙ୍କର ମୃତ୍ୟୁ ହୋଇଛି । ରାଜ୍ୟରେ ୯୮ଜଣ କରୋନାରେ ସକ୍ରିୟ ରହିଛନ୍ତି ।

Get real time updates directly on you device, subscribe now.