fbpx
BSKY
BJD SHG SKY
BJD MC SKY

ଶ୍ରମିକଙ୍କୁ ନକଲି ଟଙ୍କା ଦେବା ପଡ଼ିଲା ମହଙ୍ଗା, ଠକ ଠିକାଦାର ରସିକ ଗିରଫ

ମାଲକାନଗିରି(ଓଡ଼ିଶା ଭାସ୍କର):ଆଜିକାଲି ସମାଜରେ ଲୋକମାନେ ଠକେଇ କରିବାର ବିଭିନ୍ନ ଉପାୟ ଖୋଜୁଛନ୍ତି । କିଏ ସାଇବର ଲୁଟ୍ କଲାଣି ତ ଆଉ କିଏ ଜାଲ ନୋଟ୍ ଦେଲାଣି । ସେହିପରି ନକଲି ନୋଟ୍ ଦେଇ ଫସିଯାଇଛନ୍ତି ସମ୍ବଲପୁରର ଜଣେ ଠିକାଦାର । ଶ୍ରମିକଙ୍କୁ ନକଲି ଟଙ୍କା ଦେଇ ଠକିବା ତାଙ୍କୁ ମହାଙ୍ଗା ପଡିଛି । ଠକ ଠିକାଦାରକୁ ଗିରଫ କରି କୋର୍ଟ ଚାଲାଣ କରିଛି ପୋଲିସ । ଠିକାଦାର ନକଲି ଟଙ୍କା ଦେଇ ଠକିଥିବା ଅଭିଯୋଗ ହୋଇଥିଲା । କାମ କରୁଥିବା ଶ୍ରମିକମାନଙ୍କୁ ନକଲି ଟଙ୍କା ଦେଇ ଠକି ଏକ ସପ୍ତାହ ଧରି ଛୁ ମାରିଥିଲା । ଅନେକ ଛାନଭିନ ପରେ ଠକ ଠିକାଦାରକୁ ଧରିବା ରେ ସଫଳ ହୋଇଛି ଏମଭି ୭୯ ପୋଲିସ ।

ମିଳିଥିବା ସୂଚନା ମୁତାବକ, ଏମପିଭି – ୭୦ ଗାଁର ରସିକ ମଣ୍ଡଳ ନାମକ ଜଣେ ସ୍ଥାନୀୟ ଠିକାଦାର ଗୋରଖପାଲୀ ଗ୍ରାମର କିଛି ଶ୍ରମିକମାନଙ୍କୁ ନେଇ ଆନ୍ଧ୍ରରେ କାମ କରାଇ ଟଙ୍କା ଦେଉନଥିଲା । ପ୍ରାୟ ବର୍ଷେ ହେଲା ଠିକାଦାର ଜଣଙ୍କ ଶ୍ରମିକମାନଙ୍କୁ ଟଙ୍କା ଦେବାକୁ ବାରମ୍ବାର ପ୍ରତିଶୃତି ଦେବା ସତ୍ୱେ ଟଙ୍କା ଦେଉନଥିଲା । ଗତ କିଛି ଦିନ ତଳେ ଠିକାଦାର ଜଣଙ୍କ ରାତିରେ ଶ୍ରମିକମାନଙ୍କ ଘରକୁ ଯାଇ ଟଙ୍କା ଦେଇଆସିଥିଲା । ଶ୍ରମିକମାନେ ଏହି ଟଙ୍କା ନେଇ ଯେତେବେଳେ ଦୋକାନକୁ ସାମଗ୍ରୀ କିଣିବାକୁ ଯାଇଥିଲେ, ସେବେ ଏସବୁ ନୋଟ୍ ନକଲି ବୋଲି କହିଥିଲେ ଦୋକାନୀ । ଠିକାଦାର ଦେଇଥିବା ସବୁ ଟଙ୍କା ନକଲି ବୋଲି ଜଣାପଡିବାରୁ ଗ୍ରାମବାସୀମାନେ ଅଭିଯୋଗ କରିଥିଲେ । ପ୍ରାୟ ୧ ସପ୍ତାହର ଖୋଜାଖୋଜି କରିବା ପରେ ପୋଲିସ ସେହି ଠକ ଠିକାଦାରକୁ ତା ଘର ନିକଟରୁ ଧରିବାରେ ସଫଳ ହୋଇଛି । ଏହା ସହ ଠିକାଦାରଠାରୁ ୧୭୨୦୦ ଜାଲ ଟଙ୍କା ମଧ୍ୟ ଜବତ କରାଯାଇଛି ।

Get real time updates directly on you device, subscribe now.