fbpx
BJD
BJD SKY
BJD SKY

ନବୀନଙ୍କ ଦିପାବଳୀ ଗିଫ୍ଟ: ହଟିଲା ଚୁକ୍ତିଭିତ୍ତିକ ନିଯୁକ୍ତି, ରାଜ୍ୟ ସରକାରଙ୍କ ପକ୍ଷରୁ ପ୍ରକାଶ ପାଇଲା ବିଜ୍ଞପ୍ତି

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ନିଜର ଜନ୍ମଦିନ ଅବସରରେ ରାଜ୍ୟବାସୀଙ୍କୁ ଦିପାବଳୀ ଉପହାର ପ୍ରଦାନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ରାଜ୍ୟର ୫୭ ହଜାରରୁ ଅଧିକ ଠିକା କର୍ମଚାରୀ ନିୟମିତ ହେବେ । ରାଜ୍ୟରୁ ହଟିଲା ଚୁକ୍ତିଭିତ୍ତିକ ନିଯୁକ୍ତି ପ୍ରକ୍ରିୟା । ଏନେଇ ଗତକାଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଥିଲେ । ମୁଖ୍ୟମନ୍ତ୍ରୀଙ୍କ ଏହି ଘୋଷଣା ପରେ ରାଜ୍ୟର ହଜାର ହଜାର ଠିକା କର୍ମଚାରୀ ଖୁସିରେ ଉତ୍ସବ ମନାଇବା ସହିତ ନବୀନଙ୍କୁ ଅନ୍ତରରୁ ଧନ୍ୟବାଦ ଅର୍ପଣ କରିଥିଲେ ।

ତେବେ ମୁଖ୍ୟମନ୍ତ୍ରୀଙ୍କ ପ୍ରତିଶ୍ରୁତି ମୁତାବକ ଆଜି ରାଜ୍ୟ ସରକାରଙ୍କ ପକ୍ଷରୁ ଚୁକ୍ତିଭିତ୍ତିକ ନିଯୁକ୍ତି ନିୟମିତ ନେଇ ବିଜ୍ଞପ୍ତି ପ୍ରକାଶ ପାଇଛି । ଗ୍ରୁପ-ବି, ଗ୍ରୁପ-ସି ଓ ଗ୍ରୁପ-ଡିରେ ରହିଥିବା କର୍ମଚାରୀଙ୍କର ଚୁକ୍ତିଭିତ୍ତିକ ନିଯୁକ୍ତି ଉଚ୍ଛେଦ ହୋଇ ସେମାନେ ନିୟମିତ ଭାବେ କାର୍ଯ୍ୟ କରିବେ । ଏ ବାବଦରେ ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ ପକ୍ଷରି ବିଜ୍ଞପ୍ତି ପ୍ରକାଶ କରାଯାଇଛି ।

ଚୁକ୍ତିଭିତ୍ତିକ ନିଯୁକ୍ତି ଦିନଠାରୁ କର୍ମଚାରୀଙ୍କର ଇନକ୍ରିମେଣ୍ଟ ପ୍ରକ୍ରିୟା ଆରମ୍ଭ ହେବ । ଯେଉଁ କର୍ମଚାରୀମାନେ ୬ ବର୍ଷ ସମୟ ପୂରଣ କରିସାରିଥିବେ, ସେମାନଙ୍କୁ ମଧ୍ୟ ଏଥିରେ ଗଣନା କରାଯିବ । ନିୟମିତ ହେବା ପରେ ପରେ ଏହି କର୍ମଚାରୀଙ୍କର ପଦୋନ୍ନତି ଲାଗୁ କରାଯିବ । ସମସ୍ତ କର୍ମଚାରୀମାନଙ୍କୁ ବରିଷ୍ଠ ଭିତ୍ତିରେ ସରକାରଙ୍କ ପକ୍ଷରୁ ସୁବିଧା ସୁଯୋଗ ମିଳିବ ।

ଠିକା କର୍ମଚାରୀଙ୍କ ନିୟମିତ ନେଇ ଗତକାଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଥିଲେ । ଗତ ୨୦୦୦ ମସିହା ପରଠାରୁ ସେ ରାଜ୍ୟବାସୀଙ୍କ ସେବା କରିବାର ସୁଯୋଗ ପାଇଥିଲେ । ମହାବାତ୍ୟା କାରଣରୁ ସେ ସମୟରେ ରାଜ୍ୟର ଅର୍ଥ ବ୍ୟବସ୍ଥା ଦୁର୍ବଳ ଥିଲା । ମାତ୍ର ରାଜ୍ୟ ଆଜି ବିଭିନ୍ନ କ୍ଷେତ୍ରରେ ବିକାଶର ସ୍ୱାଦ ଚାଖିଛି । ୫ଟି ଉପକ୍ରମ ଅନୁଯାୟୀ କାର୍ଯ୍ୟ କରିବାକୁ କର୍ମଚାରୀଙ୍କୁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଥିଲେ ।

Get real time updates directly on you device, subscribe now.