fbpx

(Video) ଭୋଟ ଦେଇ ଆମେମାନେ କେବଳ କିଛି ଭ୍ରଷ୍ଟ ରାଜନେତାଙ୍କୁ ସୃଷ୍ଟି କରିଛେ, ADMଙ୍କ ବିବାଦୀୟ ମନ୍ତବ୍ୟ ଭାଇରାଲ୍

AAKASH

ନୂଆଦିଲ୍ଲୀ: ଅନେକ ସମୟରେ ସୋସିଆଲ ମିଡ଼ିଆରେ କିଛି ସରକାରୀ ଅଧିକାରୀଙ୍କ ବିବାଦୀୟ ବୟାନ ଭାଇରାଲ ହୋଇଥାଏ । ତେବେ ନିକଟରେ ଜଣେ ଏଡିଏମଙ୍କର ଏକ ବିବାଦୀୟ ବୟାନ ଭାଇରାଲ ହୋଇଛି । ଏଡିଏମ ଭିଡିଓରେ ଲୋକତନ୍ତ୍ରକୁ ଉପହାସ କରୁଥିବା ଦେଖାଯାଉଛି । ଲୋକମାନେ ଭୋଟ ଦେଇ କିଛି ଲାଭ ନାହିଁ ବୋଲି ସେ କହୁଥିବା ଭିଡିଓରେ ଦେଖାଯାଉଛି ।

ଭିଡିରେ ଏଡିଏମ କହୁଛନ୍ତି, ‘ଆଜି ପର୍ଯ୍ୟନ୍ତ ଆମେମାନେ ଭୋଟ୍ ଦେଇ କ’ଣ ହାସଲ କରିଛେ? ଭୋଟ ଦେଇ କେବଳ ଭ୍ରଷ୍ଟ ରାଜନେତାଙ୍କ ସୃଷ୍ଟି କରିଛେ । ଭୋଟ ଦେବା ଓ ଲୋକତନ୍ତ୍ରକୁ ମୁଁ ଦେଶର ସବୁଠାରୁ ବଡ଼ ଭୁଲ ବୋଲି ମାନୁଛି ।’ ତେବେ ଏହି ବିବାଦୀୟ ବୟାନ ଦେଇଛନ୍ତି ମଧ୍ୟପ୍ରଦେଶର ଶିବପୁରୀରେ କାର୍ଯ୍ୟରତ ଜଣେ ପଦସ୍ଥ ଅଧିକାରୀ ।

ଶିବପୁରୀ ଏଡିଏମ୍ ଉମେଶ ଶୁକ୍ଲାଙ୍କ ଏହି ବୟାନ ବର୍ତ୍ତମାନ ସୋସିଆଲ ମିଡ଼ିଆରେ ଖୁବ୍ ଭାଇରାଲ ହେବାରେ ଲାଗିଛି । ଗୋଟିଏ ପଟେ ନିର୍ବାଚନ ଆୟୋଗ ଭୋଟିଂ ପ୍ରତିଶତ ବୃଦ୍ଧି ନେଇ ବିଭିନ୍ନ ଅଭିଯାନ ଚଳାଇଛନ୍ତି । ଅନ୍ୟପଟେ ଜଣେ ସରକାରୀ ଅଧିକାରୀ ଲୋକତନ୍ତ୍ର ବ୍ୟବସ୍ଥା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରୁଛନ୍ତି । ତେବେ ସରକାରଙ୍କ ଉଚ୍ଚ ପଦରେ ଅଧିଷ୍ଠିତ ଜଣେ ଅଧିକାରୀ ଯଦି ଲୋକତନ୍ତ୍ରର ଏପରି ମଜାକ ଉଡ଼ାଇବେ, ତେବେ ସାଧାରଣ ଜନତାଙ୍କ ଠାରୁ କ’ଣ ଆଶା କରିବା ବୋଲି ଜଣେ ୟୁଜର କମେଣ୍ଟ କରିଛନ୍ତି । ବର୍ତ୍ତମାନ ସୁଦ୍ଧା ଉକ୍ତ ଅଧିକାରୀଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ନଥିବା ଜଣାପଡ଼ିଛି ।

Get real time updates directly on you device, subscribe now.