fbpx
BSKY
BJD YOUTH SKY
BJD MS SKY

ଦେଶରେ ମାଗଣାରେ ଦିଆଯିବ କରୋନା ବୁଷ୍ଟର ଡୋଜ୍, ଘୋଷଣା କଲେ କେନ୍ଦ୍ର ସରକାର

ନୂଆଦିଲ୍ଲୀ: କିଛି ଦିନର ବ୍ୟବଧାନ ପରେ ଦେଶରେ ପୁଣି ଥରେ କରୋନା ସଂକ୍ରମଣରେ ବୃଦ୍ଧି ପାଇବାରେ ଲାଗିଛି । ଦୈନିକ ସଂକ୍ରମଣରେ ମଧ୍ୟ ବୃଦ୍ଧି ଘଟିଛି । ଯାହାକୁ ଦୃଷ୍ଟିରେ ଏବେ କେନ୍ଦ୍ର ସରକାରଙ୍କ ପକ୍ଷରୁ ବଡ଼ ଘୋଷଣା କରାଯାଇଛି । ଘୋଷଣା ଅନୂଯାୟୀ ଏଣିକି କୋଭିଡର ପ୍ରଥମ ଏବଂ ଦ୍ୱିତୀୟ ଡୋଜ୍ ଭଳି ବୁଷ୍ଟର ଡୋଜ୍ ମଧ୍ୟ ମାଗଣାରେ ମିଳିବ ।

ଦେଶରେ କରୋନା ସଂକ୍ରମଣ ସହ ଲଢ଼ିବା ପାଇଁ ଏବେ ଦେଶରେ ବୁଷ୍ଟର ଡୋଜ୍ ମଧ୍ୟ ମାଗଣାରେ ମିଳିବ । ୧୮ ରୁ ୫୮ ବୟସ ବର୍ଗର ଲୋକଙ୍କୁ ଏହି ସୁବିଧା ସରକାରୀ ଟିକାକରଣ କେନ୍ଦ୍ରରେ ମିଳିବ । ୧୫ ଜୁଲାଇରୁ ୭୫ ଦିନିଆ ସ୍ପେଶାଲ ଡ୍ରାଇଭ ଜରିଆରେ ଦିଆଯିବ ଟିକା । ଏନେଇ ବୁଧବାର ସୂଚନା ଓ ପ୍ରସାରଣ ମନ୍ତ୍ରୀ ଅନୁରାଗ ଠାକୁରଙ୍କ ସୂଚନା ଦେଇଛନ୍ତି । ଏହା ଅନୂଯାୟୀ ପୂର୍ବରୁ ଭାକ୍ସିନର ଦୁଇଟି ଡୋଜ୍ ନେଇଥିବା ଲୋକମାନେ ସରକାରୀ କେନ୍ଦ୍ରକୁ ଯାଇ ବୁଷ୍ଟ ଡୋଜ୍ ଲଗାଇପାରିବେ ।

ଆଜାଦୀ କା ଅମୃତ ମହୋତ୍ସବ ଅବସରରେ ୭୫ ଦିନର ଏହି ବିଶେଷ ଅଭିଯାନ କରାଯିବ । ସୂଚନା ଅନୂଯାୟୀ, ଏପର୍ଯ୍ୟନ୍ତ ୧୮ ରୁ ୫୯ ବର୍ଷର ବୟସ ବର୍ଗର ୭୭ କୋଟି ଲୋକଙ୍କ ମଧ୍ୟରୁ କେବଳ ୧ % ହିଁ ବୁଷ୍ଟର ଡୋଜ୍ ନେଇଛନ୍ତି । କୁହାଯାଉଛି ମାଗଣା ବୁଷ୍ଟର ଡୋଜ୍ ପଦକ୍ଷେପ ଯୋଗୁଁ ଅଧିକ ସଂଖ୍ୟାରେ ଲୋକ୍ ବୁଷ୍ଟର ଡୋଜ୍ ନେଇପାରିବେ । ସେହିପରି ଏପର୍ଯ୍ୟନ୍ତ ୬୦ ବର୍ଷ ରୁ ଅଧିକ ବୟସର ଲୋକେ ଏବଂ ସମ୍ମୁଖ ଯୋଦ୍ଧାମାନଙ୍କ ମଧ୍ୟରେ ୨୬ % ବୁଷ୍ଟର ଡୋଜ୍ ନେଇଛନ୍ତି ।

ଆଇସିଏମଆର ଏବଂ ଅନ୍ୟ ବୈଶ୍ୱିକ ସଂସ୍ଥାନର ଗବେଷଣା ଅନୂଯାୟୀ ଦୁଇ ଡୋଜ୍ ଭାକ୍ସିନ ନେବା ଦ୍ୱାରା ଯେଉଁ ପ୍ରତିରୋଧକ କ୍ଷମତା ବୃଦ୍ଧି ହୋଇଥାଏ ତାହାର ପ୍ରଭାବ ୬ ମାସ ଯାଏଁ ରହିଥାଏ । କିନ୍ତୁ ଏହା ପରେ ପୁଣି ଥରେ ବୁଷ୍ଟର ଡୋଜର ଆବଶ୍ୟକତା ରହିଥାଏ । ଏଥିପାଇଁ ସରକାର ଏହି ନିଷ୍ପତ୍ତି ନେଇଛନ୍ତି ଯେ ୧୮-୫୯ ବୟସ ବର୍ଗଙ୍କୁ ମାଗଣାରେ ବୁଷ୍ଟର ଡୋଜ୍ ସୁବିଧା ଯୋଗାଇ ଦିଆଯିବ । ସୂଚନାଯୋଗ୍ୟ, ଗତ ସପ୍ତାହରେ ସ୍ୱାସ୍ଥ୍ୟ ମନ୍ତ୍ରାଳୟ କରୋନାର ଦ୍ୱିତୀୟ ଡୋଜ୍ ଏବଂ ବୁଷ୍ଟର ଡୋଜ୍ ନେବା ମଧ୍ୟରେ ବ୍ୟବଧାନକୁ ୯ ମାସରୁ ୬ ମାସ କମାଇଥିଲେ ।

Get real time updates directly on you device, subscribe now.