fbpx

ଗୁପଚୁପ ପ୍ରେମୀ ହୋଇଯାଆନ୍ତୁ ସାବଧାନ ନହେଲେ ହେବ ଏହି ବଡ଼ ରୋଗ

AAKASH

ନୂଆଦିଲ୍ଲୀ: ଯୁବପିଢୀଙ୍କ ପ୍ରଥମ ପସନ୍ଦ ଗୁପଚୁପ । ଖରା, ବର୍ଷା ଓ ଶୀତ ସବୁ ସମୟରେ ଗୁପଚୁପ ଖାଇବା ପାଇଁ ଗୁପଚୁପ ଷ୍ଟଲରେ ଗ୍ରାହକଙ୍କ ଭିଡ଼ ଦେଖିବାକୁ ମିଳେ । କିନ୍ତୁ ଏହି ଗୁପଚୁପ ସ୍ୱାସ୍ଥ୍ୟ ପାଇଁ କେତେ ଯେ ହାନିକାରକ ସେ କଥା ଗୁପଚୁପ ପ୍ରେମୀମାନେ ଭାବନ୍ତି ନାହିଁ । ଦୋକାନୀମାନେ ସ୍ୱଚ୍ଛତାକୁ ନଜର ଦେଉ ନଥିବାରୁ ଗ୍ରାହକଙ୍କ ସ୍ୱାସ୍ଥ୍ୟ ଉପରେ ପ୍ରଭାବ ପକାଏ ଏହି ଗୁପଚୁପ । ସାମାନ୍ୟ ୧୦-୧୫ ଟଙ୍କାର ଗୁପଚୁପ ଖାଇ ଆପଣମାନେ ୧୦ହଜାରରୁ ୧୫ ହଜାର ଟଙ୍କା ଖର୍ଚ୍ଚ କରିବା ପରିସ୍ଥିତି ସୃଷ୍ଟି ହୋଇପାରେ । ତେବେ ଏହି ଗୁପଚୁପ ଖାଇ ଲୋକମାନଙ୍କୁ ଟାଇଫଏଡ ଭଳି ରୋଗ ହେଉଥିବା ଜଣାପଡ଼ିଛି ।

ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ସୂଚନା ଅନୁସାରେ ଟାଇଫଏଡର ମାମଲା ଦିନକୁ ଦିନ ବଢିବାରେ ଲାଗିଛି । ତେବେ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ଜି. ଶ୍ରୀନିବାସ ରାଓ ଗୁପଚୁପ ପାଇଁ ଏହି ରୋଗ ହେଉଥିବା ଦର୍ଶାଇଛନ୍ତି । ଟାଇଫଏଡ ବଦଳରେ ଏହି ରୋଗକୁ ଗୁପଚୁପ ରୋଗ କହିଲେ ଭଲ ହେବ ବୋଲି ଶ୍ରୀ ରାଓ ପ୍ରକାଶ କରିଛନ୍ତି । ସେହିପରି ବର୍ଷା ଦିନରେ ନିଜ ସ୍ୱାସ୍ଥ୍ୟକୁ ଦୃଷ୍ଟିରେ ରଖି ଗୁପୁଚୁପ ସହିତ ଅନ୍ୟ ଷ୍ଟ୍ରିଟଫୁଡ ଠାରୁ ଦୂରରେ ରହିବା ପାଇଁ ସୂଚନା ଦେଇଛନ୍ତି ଏହି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ।

ଡାକ୍ତର ଶ୍ରୀନିବାସ କହିଛନ୍ତି ଚଳିତ ବର୍ଷ ଟାଇଫଏଡର ଅଧିକ ମାମଲା ଆସିଛି । ସେହିପରି ଅସ୍ୱାସ୍ଥ୍ୟକର ଖାଦ୍ୟ ସହ ପାଣି ଏବଂ ମାଛି ପାଇଁ ମାଲେରିଆ, ଡାଇରିଆ ଏବଂ ଭାଇରାଲ ଜ୍ୱର ଭଳି ଅନେକ ପ୍ରକାର ରୋଗ ବ୍ୟାପୁଥିବା ଜଣାପଡ଼ିଛି । ତେଣୁ ଶ୍ରୀ ରାଓ ସତେଜ ଖାଦ୍ୟ ସହ ପିଇବା ପାଣିକୁ ଫୁଟାଇ ପିଇବା ପାଇଁ ପରାମର୍ଶ ଦେଇଛନ୍ତି ।

Get real time updates directly on you device, subscribe now.