ହସ୍ପିଟାଲ ପାର୍କିଂରେ ରଖାଯାଇଥିଲା ମହିଳା ଇନଫ୍ଲ୍ୟୁଏନ୍ସରଙ୍କ ମୃତଦେହ, ଜାଣିପାରୁ ନଥିଲେ କେହି
ର୍ଦୁଗନ୍ଧ ହେଲାରୁ ଡକାହେଲା ପୋଲିସ । ମିଳିଲା ଗଳିତ ଶବ ।
ଭଟିଣ୍ଡା: ପଞ୍ଜାବ ଭଟିଣ୍ଡାରେ ଘଟିଯାଇଛି ଚମକାଇଦେଲା ଭଳି ଘଟଣା । ସ୍ଥାନୀୟ ଅଞ୍ଚଳରେ ଲାଇମଲାଇଟରେ ରହୁଥିବା ଇନଫ୍ଲ୍ୟୁଏନ୍ସର କମଲ କୌର ଭାବଙ୍କ ମୃତଦେହ ଏକ କାର ଭିରୁ ମିଳିଛି ।
ଉକ୍ତ କାରଟି ଆଦେଶ ମେଡିକାଲ ୟୁନିଭର୍ସିଟି ପାଖରେ ପାର୍କ ହୋଇଥିବାବେଳେ ବୁଧବାର ରାତିରେ କମଲଙ୍କ ମୃତଦେହ ଠାବ କରିଛି ପୋଲିସ ।
ଇନଷ୍ଟାଗ୍ରାମରେ ତାଙ୍କ ୩.୮୪ ଲକ୍ଷ ଫଲୋୟର୍ସ ଥିଲେ । ସେ ନିଜର ଉତ୍ତେଜକ ଫଟୋ ଓ କଣ୍ଟେଣ୍ଟ ପାଇଁ ବିବାଦରେ ଥିଲେ । କାର ଭିତରୁ ଦୁର୍ଗନ୍ଧ ଆସିବା ପରେ ୟୁନିଭର୍ସିଟି ଲୋକେ ଅଭିଯୋଗ କରିଥିଲେ ।
ଏହାପରେ ପୋଲିସ ସେଠାରେ ପହଞ୍ଚି କାରରୁ କମଲଙ୍କ ଶବ ଜବତ କରିଥିଲା । କମଲଙ୍କ ବୟସ ୩୦ରୁ ୩୫ ବର୍ଷ ଭିତରେ ହେବ । ପୋଲିସ ଏବଂ କମଲଙ୍କ ଘରଲୋକେ ଏହାକୁ ହତ୍ୟା ବୋଲି କହୁଛନ୍ତି ।
ଅନ୍ୟ ସ୍ଥାନରେ ହତ୍ୟାପରେ କମଲଙ୍କ ମୃତଦେହକୁ କାରରେ ରଖି ଦୁର୍ବୃତ୍ତ ଫେରାର୍ ହୋଇଯାଇଥିବା ସନ୍ଦେହ କରାଯାଉଛି । ୨ ଦିନ ପୂର୍ବେ ସେ ଇନଷ୍ଟାଗ୍ରାମରେ ଶେଷ ପୋଷ୍ଟ କରିଥିଲେ । କ୍ୟାପ୍ସନରେ ଲେଖିଥିଲେ, ନୋ ଇମୋଶନ, ନୋ ଲଭ୍….. ।
ଭଟିଣ୍ଡା ପୋଲିସର ସ୍ୱତନ୍ତ୍ର ଟିମ୍ ଘଟଣାର ତଦନ୍ତ ଆରମ୍ଭ କରିଛି । ସିସିଟିଭି ଫୁଟେଜ ଆଧାରରେ ଯାଞ୍ଚ କରାଯାଉଛି ।