fbpx

ପୁଣି ବିବାଦରେ କନଟ୍ରୋଭର୍ସି କୁଇନ୍ କଙ୍ଗନା

ମୁମ୍ବାଇ,୦୪ । ୦୫ (ଓଡ଼ିଶା ଭାସ୍କର) : ପୁଣି ବିବାଦରେ କନଟ୍ରୋଭର୍ସି କୁଇନ୍ କଙ୍ଗନା ରଣାୱତ । ନିଜ ବୟାନ ବାଜୀ ପାଇଁ ସବୁ ବେଳେ ଚର୍ଚ୍ଚାରେ ରହୁଥିବା କଙ୍ଗନା ଏବେ ପୁଣି ଥରେ ସେପରି କିଛି କରି ବିବାଦକୁ ଚାଲି ଆସିଛନ୍ତି । ସେ ଆଜି ମାଇକ୍ରୋବ୍ଲଗିଂ ସାଇଟ୍ ଟୁଇଟରର ନିର୍ଦ୍ଦେଶାବଳୀକୁ ଉଲଂଘନ କରିବା ଭଳି ପୋଷ୍ଟ କରିଥିବାରୁ ଟୁଇଟର୍ ପକ୍ଷରୁ ତାଙ୍କ ଆକାଉଣ୍ଟକୁ ସସପେଣ୍ଡ କରିଦିଆଯାଇଛି ।

 

ନିକଟରେ କଙ୍ଗନା ପଶ୍ଚିମବଙ୍ଗ ନିର୍ବାଚନପରେ ହୋଇଥିବା ଦଙ୍ଗା ସହିତ ସମ୍ପର୍କିତ ଅନେକ ଗୁଡିଏ ଟୁଇଟ୍ କରିଥିଲେ । ଖାଲି ସେତିକି ନୁହେଁ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ବିରୋଧରେ ମଧ୍ୟ ଆପତ୍ତିଜନକ ଶବ୍ଦର ବ୍ୟବହାର କରିଥିଲେ । ତେଣୁ ଏହିସବୁ ପୋଷ୍ଟକୁ ଆଧାର କରି ଟୁଇଟର୍ ଆଜି ତାଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି । ତାଙ୍କ ଆକାଉଣ୍ଟକୁ ସସପେଣ୍ଡ କରାଯାଇଛି । ତେବେ ଟୁଇଟର୍ ଆକାଉଣ୍ଟ ସସପେଣ୍ଡ ହେବାପରେ ଇନଷ୍ଟାଗ୍ରାମରେ ଏକ ଭିଡିଓ ପୋଷ୍ଟ କରିଛନ୍ତି । ଯେଉଁଥିରେ ସେ ପଶ୍ଚିମବଙ୍ଗ ନିର୍ବାଚନରେ ହେଉଥିବା ଦଙ୍ଗା ବିଷୟରେ କହୁଥିବା ନଜର ଆସିଛନ୍ତି ।

 

View this post on Instagram

 

A post shared by Kangana Ranaut (@kanganaranaut)

Get real time updates directly on you device, subscribe now.