ଭୁବନେଶ୍ୱର: ଅଦିନିଆ ରଥଯାତ୍ରାକୁ ନେଇ ବିବାଦ ପ୍ରସଙ୍ଗ ଦିନକୁ ଦିନ ବଢ଼ିବାରେ ଲାଗିଛି । ରାଜ୍ୟ ଅତିଥି ଭବନରେ ଏନେଇ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ଗଜପତି ମହାରାଜ ମଧ୍ୟ ଉପସ୍ଥିତ ରହିଛନ୍ତି । ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢ଼ୀ ଓ ବିଦେଶରୁ ଆସିଥିବା ଇସ୍କନ କର୍ତ୍ତୃପକ୍ଷ ମଧ୍ୟ ଉପସ୍ଥିତ ଥିବା ସୂଚନା ମିଳିଛି ।