fbpx
BSKY
BJD SHG SKY
BJD YOUTH SKY

ପାକିସ୍ତାନ, ବାଙ୍ଗଲାଦେଶ, ଆଫଗାନିସ୍ତାନକୁ ଭାରତର ଦର୍ଶାଉଥିବା ମାନଚିତ୍ରକୁ ନେଇ ବିବାଦ, ଜାଣନ୍ତୁ ପୁରା ଘଟଣା

ନୂଆଦିଲ୍ଲୀ: ମଧ୍ୟ ପ୍ରଦେଶର ଇନ୍ଦୋର ଜିଲ୍ଲାରେ ଲଗାଯାଇଥିବା ଏକ ମାନଚିତ୍ରକୁ ନେଇ ଏବେ ବିବାଦ ଉପୁଜିଛି । ସୂଚନାଅନୁଯାୟୀ ଜିଲ୍ଲାର ଫୁଟୀ କୋଠୀ ଅଞ୍ଚଳରେ ଏକ ମାନଚିତ୍ର ଲଗାଯାଇଛି । ଏହି ମାନଚିତ୍ରରେ ପାକିସ୍ତାନ, ବାଙ୍ଗଲାଦେଶ, ଶ୍ରୀଲଙ୍କା ଏବଂ ଆଫଗାନିସ୍ତାନକୁ ଭାରତର ଅଙ୍ଗଭାବେ ଦର୍ଶାଯାଇଛି । ଆଉ ଏବେ ଏହି ମାନଚିତ୍ରକୁ ନେଇ ପ୍ରଶ୍ନ କରିଛି କଂଗ୍ରେସ  । ଏହି ମାନଚିତ୍ର ଇନ୍ଦୋର ନଗରପାଳିକା ତରଫରୁ ଏଠାରେ ଲଗାଯାଇଛି । କଂଗ୍ରେସ କହିଛି ଏହି ମାନଚିତ୍ର ଦ୍ୱାରା ଦେଶର ବୈଦେଶିକ ନୀତି ପ୍ରଭାବିତ ହେବ ଏବଂ ଏହି ଦେଶମାନଙ୍କ ମଧ୍ୟରେ ବିନା କାରଣରେ ବିବାଦ ବଢିବ ।

ମଧ୍ୟପ୍ରଦେଶ କଂଗ୍ରେସ ମୁଖପାତ୍ର ଅମିନ-ଉଲ-ଖାନ ସୂରୀ କହିଛନ୍ତି ଯେ ଯେଉଁଭଳି ଭାବରେ ନଗରପାଳିକା ଅଖଣ୍ଡ ଭାରତର ଏହି ମାନଚିତ୍ର ପ୍ରସ୍ତୁତ କରିଛି, ଆମେ ପଚାରିବାକୁ ଚାହୁଁଛୁ ଯେ ଯଦି ବୈଦେଶିକ ନୀତିରେ କିଛି ପରିବର୍ତ୍ତନ ହୁଏ, ତେବେ ଯେଉଁ ଦେଶମାନଙ୍କୁ ଏହି ମାନଚିତ୍ରରେ ଭାରତର ଅଂଶ ଭାବରେ କୁହାଯାଇଛି ସେମାନଙ୍କ ମତରେ ମତଭେଦ ହେବ କି ନାହିଁ? ରାଜ୍ୟ କଂଗ୍ରେସ ଅଭିଯୋଗ କରିଛି ଯେ ମ୍ୟୁନିସିପାଲିଟି ଅଧିକାରୀମାନେ ଆରଏସଏସ ନେତାମାନଙ୍କୁ ଖୁସି କରିବା ପାଇଁ ଏହି ପୋଷ୍ଟର ଲଗାଇଛନ୍ତି। କଂଗ୍ରେସ ମୁଖପାତ୍ର ଆହୁରି କହିଛନ୍ତି ସରକାରଙ୍କୁ ଏହି ମାନଚିତ୍ର ଲଗାଇବାର ଉଦ୍ଦେଶ୍ୟ କ’ଣ ବୋଲି କୁହନ୍ତୁ । ଏହି ମାନଚିତ୍ର ଆରଏସଏସର ଅଖଣ୍ଡ ଭାରତ ମନୋଭାବ ପରିଲକ୍ଷିତ ହେଉଛି ।

ଏହି ମାମଲାରେ ଭାରତୀୟ ଜନତା ପାର୍ଟୀର ସାଂସଦ ଶଙ୍କର ଲାଲବାନୀ କହିଛନ୍ତି ଯେ ଏହା ଭବିଷ୍ୟତର ଭାରତ ପାଇଁ କାହାର ଚିନ୍ତାଧାରା ହୋଇପାରେ । ସେପଟେ ଏହି ଘଟଣାକୁ ନେଇ ଇନ୍ଦୋର ମ୍ୟୁନିସିପାଲିଟି କର୍ପୋରେସନର ଅତିରିକ୍ତ କମିଶନର ସନ୍ଦୀପ ସୋନୀ କହିଛନ୍ତି ଏହା ପ୍ରାୟ ୨ ବର୍ଷ ତଳର ପୁରୁଣା ମାନଚିତ୍ର । ଫୁଟୀ କୋଠୀ ସ୍କୋୟାରକୁ ବୈଦିକ ସମୟ ଥିମରେ ନର୍ମାଣ କରାଯାଇଛି । ତେଣୁ ସେହି ସମୟ ହିସାବରେ ମାନଚିତ୍ର ଲଗାଯାଇଥାଇପାରେ ।

 

Get real time updates directly on you device, subscribe now.