fbpx
BJD SKY
BJD SKY

ସାପକୁ ସିପିଆର୍‌ ଦେଇ ଜୀବନ ବଞ୍ଚାଇଲେ ପୋଲିସ୍‌; କ୍ୟାମେରାରେ କଏଦ ହେଲା ଦୃଶ୍ୟ

BJD

ଭୋପାଳ: (ଓଡ଼ିଶା ଭାସ୍କର) ମଣିଷଙ୍କୁ ସିପିଆର୍‌ ଦେଇ ଜୀବନ ବଞ୍ଚା ଯାଉଥିବା କଥା ଶୁଣିଥିବେ। ହେଲେ ମଣିଷ ସାପକୁ ସିପିଆର୍‌ ଦେଇ ଜୀବନ ବଞ୍ଚାଇବା କଥା କେବେ ଶୁଣି ନଥିବେ। ହେଲେ ଏପରି ଏକ ଘଟଣା ମଧ୍ୟପ୍ରଦେଶର ନର୍ମଦାପୁରମ୍‌ରେ ଦେଖିବାକୁ ମିଳିଛି। ଏଠାରେ ଜଣେ ପୋଲିସ କନ୍‌ଷ୍ଟେବଲ୍‌ ଏକ ସାପକୁ ସିପିଆର୍‌ ଦେଇ ଜୀବନ ବଞ୍ଚାଇ ଛନ୍ତି।

ତାଙ୍କର ସେହି ସମୟର ଏକ ଭିଡିଓ ବି ସୋସିଆଲ୍‌ ମିଡିଆରେ ଭାଇରାଲ୍‌ ହେବାରେ ଲାଗିଛି। ନର୍ମଦାପୁରମ ଜିଲ୍ଳାର ସେମରି ହରଚନ୍ଦରେ ଥିବା ଅତୁଲ ଶର୍ମା ଜଣେ କାର୍ଯ୍ୟରତ କନ୍‌ଷ୍ଟେବଲ୍‌ । ତାଙ୍କୁ ତୱା କଲୋନିରେ ଏକ ସାପ ଥିବା ସୂଚନା ମିଳିଥିଲା। ଖବର ପାଇ ସେ ଉଦ୍ଧାର କରିବାକୁ ଯାଇ ସେଠାରେ ପହଞ୍ଚିଗଲେ। ସାପଟି ପାଣି ପାଇପ୍‌ ଭିତରେ ପଶି ଯାଇଥିବାରୁ ସେଠାକାର ଲୋକମାନେ ପାଇପ୍‌ ଭିତରେ କିଛି ବିଷାକ୍ତ ଜିନିଷ ପୂରାଇ ସାପକୁ ବାହାରକୁ କାଢ଼ିବାକୁ ଚେଷ୍ଟା କରିଥିଲେ।

ଫଳରେ ସାପଟି ନିସ୍ତେଜ ହୋଇ ଯାଇଥିଲା। କନ୍‌ଷ୍ଟେବଲ୍‌ ଅତୁଲ ସେହି ସମୟରେ ପହଞ୍ଚି ସାପକୁ ପାଇପ୍‌ରୁ କାଢ଼ି ନିଜ ମୁହଁରେ ସାପକୁ ଅମ୍ଳଯାନ ଦେଇ ପୁଣି ଥରେ ତାକୁ ନୂଆ ଜୀବନ ଦେଇଛନ୍ତି। ଏପରକି କି ଅତୁଲ ସିପିଆର୍‌ ଦେଉଥିବା ବେଳର ଏକ ଭିଡିଓ ବି ଭାଇରାଲ୍‌ ହୋଇଛି।

Get real time updates directly on you device, subscribe now.