fbpx

କରୋନା ମୁକାବିଲା ପାଇଁ କମିଟି

Advertisement

ନୂଆଦିଲ୍ଲୀ,୩୧ ।୩: କରୋନା ଭାଇରସ କାରଣରୁ ସାରା ଦେଶ ୨୧ ଦିନ ପାଇଁ ଲକ୍-ଡାଉନ୍ ହୋଇଛି । କରୋନାକୁ ନେଇ ଆଜି କେନ୍ଦ୍ର ସରକାର କହିଛନ୍ତି ଯେ, କରୋନା ବିରୋଧରେ ଲଢେଇରେ ସମସ୍ତଙ୍କୁ ଏକାଠି ହେବାକୁ ପଡିବ । କରୋନା ମୁକାବିଲା ପାଇଁ କମିଟି ଗଠନ କରାଯାଇଛି । ଡକ୍ଟର ବିନୋଦ ପାଲଙ୍କ ନେତୃତ୍ୱରେ ଏହି କମିଟି ଗଠିତ ହୋଇଛି । କରୋନା ଗବେଷଣାକୁ ଏହି କମିଟି ଆଗକୁ ନେବ । ଏହା ସହ ଦେଶରେ ୨୪ ଘଣ୍ଟାରେ କରୋନାର ୨୨୭ଟି ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । କରୋନାରେ ଆଉ ୩ ଜଣଙ୍କର ମୃତ୍ୟୁ ଘଟିଛି । କେନ୍ଦ୍ର ସରକାର ଏସମ୍ପର୍କରେ ରାଜମାନଙ୍କ ସହ ସମ୍ପର୍କରେ ଅଛନ୍ତି । କୋରିଆ, ତୁର୍କୀ ଓ ଭିଏତନାମର ମଧ୍ୟ ସାହାର୍ଯ୍ୟ ନିଆଯାଇଛି । ୱେବସାଇଟରେ ଜରୁରୀ ସୂଚନା ଅପଡେଟ୍ କରାଯାଉଛି । ସଠିକ୍ ସୂଚନା ଯୋଗୁଁ ଲୋକଙ୍କ ମଧ୍ୟରେ ଭୟ ଦୂର ହେବ ।’

Get real time updates directly on you device, subscribe now.