fbpx

୪୪୧ ଜଣଙ୍କଠାରେ କରୋନା ଲକ୍ଷଣ

ନୂଆଦିଲ୍ଲୀ,୩୧ ।୩: କରୋନା ଭାଇରସକୁ ନେଇ ସାରା ଦେଶ ଲକ୍-ଡାଉନ୍ ହେବା ସତ୍ତ୍ୱେ ନିଜାମୁଦ୍ଦିନ ଅଞ୍ଚଳରେ ଅବସ୍ଥିତ ମାର୍କାଜରେ ଦେଶ-ବିଦେଶ ଲୋକଙ୍କ ସମାବେଶକୁ ନେଇ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ କଡା ଆପତ୍ତି ଜଣାଇଛନ୍ତିି । ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ କେଜ୍ରିୱାଲ କହିଛନ୍ତି ଯେ, ଲୋକଙ୍କ ଘରେ ରହିବାକୁ ନିର୍ଦ୍ଦେଶ ଦିଆଯାିଥିବା ବେଳେ ଦେଶ-ବିଦେଶର ବହୁ ଲୋକ ନିଜାମୁଦ୍ଦିନକୁ ଆସିଥିଲେ । ନିଜାମୁଦ୍ଦିନ ଧର୍ମୀୟ ସମାବେଶରୁ ୧୫୪୮ ଲୋକଙ୍କୁ ସ୍ଥାନାନ୍ତରିତ କରାଯାଇଛି । ସେମାନଙ୍କ ମଧ୍ୟରୁ ୨୪ ଜଣ କରୋନା ପଜେଟିଭ୍ ଥିବା ବେଳେ ୪୪୧ ଜଣଙ୍କଠାରେ କରୋନା ସଂକ୍ରମଣର ଲକ୍ଷଣ ଥିବା ଜଣାପଡିଛି । କିନ୍ତୁ ବଳକା ଲୋକଙ୍କଠାରେ କୌଣସି ପ୍ରକାରର ଲକ୍ଷଣ ନାହିଁ ।’

ଏହା ସହ ମୁଖ୍ୟମନ୍ତ୍ରୀ କେଜ୍ରିୱାଲ କହିଛନ୍ତି ଯେ, ଏହି ସମୟରେ ନବରାତ୍ରୀର ସମୟ ଚାଲିଛି । କିନ୍ତୁ କୌଣସି ଜାଗାରେ ଲୋକମାନେ ଏକାଠି ହେଉନାହାନ୍ତି । ଗୁରୁଦ୍ୱାର ବି ବନ୍ଦ ରହିଛି । ଏହାରି ମଧ୍ୟରେ ନିଜାମୁଦ୍ଦିନରେ ଏତେ ଭିଡ ଜମାଇବା ଭୁଲ୍ । ଏଠାକୁ ଆସିଥିବା ଲୋକଙ୍କ ମଧ୍ୟରୁ କେତେ ଲୋକ କେଉଁଠିକି ଯାଇଛନ୍ତି, ତାହାର ସୂଚନା ନାହିଁ ।’ଏହି ଘଟଣାରେ ଯଦି କୌଣସି ଅଧିକାରୀ ଦୋଷୀ ସାବ୍ୟସ୍ତ ହୁଅନ୍ତି, ତେବେ ତାଙ୍କ ଉପରେ କଡା କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ କହିଛନ୍ତି ।

Get real time updates directly on you device, subscribe now.