fbpx

ବଡବଡିଆଙ୍କୁ ମିଳିବ ଅଧା ଦରମା, ଜାଣନ୍ତୁ କିଏ କିଏ ସାମିଲ ?

ଭୁବନେଶ୍ୱର,୩୧ ।୩(ଓଡିଶା ଭାସ୍କର): କରୋନା ସ୍ଥିତିରେ ବ୍ୟୟକୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଏକ ବଡ ନିଷ୍ପତ୍ତି ନେଇଛନ୍ତି । ସବୁ ନେତା ଓ ଅଫିସରଙ୍କ ଦରମା ନେଇ ନବୀନ ନିଷ୍ପତ୍ତି ନେଇଥିବା ଜଣାପଡିଛି । ସବୁ ନିର୍ବାଚିତ ପ୍ରତିନିଧି ଅର୍ଥାତ୍ ମୁଖ୍ୟମନ୍ତ୍ରୀ, ମନ୍ତ୍ରୀ ଓ ବିଧାୟକଙ୍କ ଦରମା ଏବେ ୩୦% ମିଳିବ । ଆଉ ୭୦ ପ୍ରତିଶତ ଦରମା ପରେ ମିଳିବ । ଏହି ନିୟମ ସମସ୍ତ ନିଗମ ଅଧ୍ୟକ୍ଷ ଓ ନିର୍ବାଚିତ ଜନପ୍ରତିନିଧିଙ୍କ କ୍ଷେତ୍ରରେ ମଧ୍ୟ ଲାଗୁ ହେବ ।

ସେହିପରି ଆଇଏଏସ୍, ଆଇପିଏସ୍ ଓ ଆଇଏଫଏସଙ୍କ ଦରମା ମଧ୍ୟ ଘୁଞ୍ଚାଯାଇଛି । ସେମାନଙ୍କ ୫୦% ଦରମା ଏବେ ମିଳିବ ଓ ପରିସ୍ଥିତି ସୁଧାରିବା ପରେ ସେମାନଙ୍କୁ ଆଉ ୫୦ ପ୍ରତିଶତ ଦରମା ଦିଆଯିବ । ଏହି ନିଷ୍ପତିକୁ ତୁରନ୍ତ ଲାଗୁ କରିବାକୁ ନିର୍ଦ୍ଦେଶ ଦିଆଯାଇଛି ।

Get real time updates directly on you device, subscribe now.