fbpx

ଦେଶରେ କମୁଛି କରୋନା ଜନିତ ମୃତ୍ୟୁହାର

ନୂଆଦିଲ୍ଲୀ, ୧୧ା୮: କରୋନା ନେଇ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ଅପଡ଼େଟ ଦିଆଯାଇଛି । ଦେଶରେ ପ୍ରଥମ ଥର ପାଇଁ କରୋନା ମୃତ୍ୟୁ ହାର ୨ ପ୍ରତିଶତ ତଳକୁ ଖସିଛି । ଏବେ ଦେଶରେ କରୋନାରେ ମୃତ୍ୟୁ ହାର ୧.୯୯ ପ୍ରତିଶତ ରହିଛି । ଏନେଇ କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ ରାଜେଶ ଭୂଷଣ ସୂଚନା ଦେଇଛନ୍ତି । ଏହାସହ ଦେଶର କିଛି ରାଜ୍ୟରେ ଅଧିକ ପରୀକ୍ଷାର ଆବଶ୍ୟକତା ରହିିଛି ବୋଲି ସେ କହିଛନ୍ତି । ବିହାର, ଗୁଜୁରାଟ, ୟୁପି, ପଶ୍ଚିମବଙ୍ଗ, ତେଲେଙ୍ଗାନାରେ ଅଧିକ ପରୀକ୍ଷାର ଆବଶ୍ୟକ ରହିଛି ।
ତେବେ ବର୍ତ୍ତମାନ ସୁଦ୍ଧା କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨୨ଲକ୍ଷ ୬୮ହଜାର ୬୭୬କୁ ବୃଦ୍ଧି ପାଇଥିବା ବେଳେ ମୃତ୍ୟୁ ସଂଖ୍ୟା ୪୫ହଜାର ୨୫୭ରେ ପହଞ୍ଚିଛି ।

Get real time updates directly on you device, subscribe now.