fbpx

ଆସିଲା କି ତୃତୀୟ ଲହର! ଦେଶରେ ପୁଣି ରେକର୍ଡ ସ୍ତରରେ ମୃତ୍ୟୁ ସଂଖ୍ୟା, ଜାଣନ୍ତୁ ଆଜି କେତେ

ନୂଆଦିଲ୍ଲୀ : ଦେଶରେ କରୋନା ସଂକ୍ରମଣ ଓ ମୃତ୍ୟୁହାର ଆଜି ପୁଣି ବଢ଼ିଯାଇଛି । ଦ୍ୱିତୀୟ ଲହର ହ୍ରାସ ପାଉଥିବା ବେଳେ ଆଜିର ମୃତ୍ୟୁସଂଖ୍ୟା ତୃତୀୟ ଲହର ଡରକୁ ଆହୁରି ବଢ଼ାଇଦେଇଛି । ଗତ କିଛି ଦିନ ହେବଦେଶରେ ମୃତ୍ୟୁସଂଖ୍ୟା ୧୦୦୦ ତଳକୁ ରହୁଥିବା ବେଳେ ଆଜି ୩ ହଜାର ୯୯୯ ଜଣଙ୍କର ଜୀବନ ନେଇଛି କରୋନା । ଏହାଫଳରେ ଦେଶରେ ମୋଟ ମୃତ୍ୟୁ ସଂଖ୍ୟା ୪ ଲକ୍ଷ ୧୮ ହଜାର ୪୮୦କୁ ବୃଦ୍ଧି ପାଇଛି । ଏହା ସହ ସଂକ୍ରମଣ ସଂଖ୍ୟା ବି ବଢ଼ିଯାଇଛି । ଗତ ୨୪ ଘଣ୍ଟା ମଧ୍ୟରେ ୪୨ ହଜାର ୧୫ ଜଣ ଆକ୍ରାନ୍ତ ହୋଇଥିବା ଜଣାପଡ଼ିଛି ।

ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩ କୋଟି ୧୨ ଲକ୍ଷ ୧୬ ହଜାର ୩୩୭କୁ ବୃଦ୍ଧି ପାଇଛି । ତେବେ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ୪ ଲକ୍ଷ ୭ ହଜାର ୧୭୦ ଜଣ ରହିଥିବା ବେଳେ ସୁସ୍ଥ ସଂଖ୍ୟା ୩ କୋଟି ୩ ଲକ୍ଷ ୯୦ ହଜାର ୬୮୭କୁ ବୃଦ୍ଧି ପାଇଛି । କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ଏହି ସୂଚନା ଦିଆଯାଇଛି ।

 

Get real time updates directly on you device, subscribe now.