fbpx
BSKY
BJD SHG SKY
BJD YOUTH SKY

୨୭.୮୮ ଲକ୍ଷରେ ପହଞ୍ଚିଲା କରୋନା ମୃତ୍ୟୁସଂଖ୍ୟା

ନୂଆଦିଲ୍ଲୀ, ୨୮ା୩: ସମଗ୍ର ବିଶ୍ୱରେ କରୋନାର ପ୍ରଭାବ କ୍ରମଶଃ ବଢ଼ିବାରେ ଲାଗିଛି । ବିଶ୍ୱରେ କରୋନା ମୃତ୍ୟୁ ସଂଖ୍ୟା ୨୭ ଲକ୍ଷ ୮୮ ହଜାର ୮୦୦ରେ ପହଞ୍ଚିଛି । ତେବେ ବିଶ୍ୱରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୨ କୋଟି ୭୨ ଲକ୍ଷ ୬୫ ହଜାର ୨୬୦କୁ ବୃଦ୍ଧି ପାଇଛି । ମୋଟ ୧୦ କୋଟି ୨୫ ଲକ୍ଷ ୫୦ ହଜାର ୭୭୪ ଜଣ ସୁସ୍ଥ ହୋଇଛନ୍ତି । ୨ କୋଟି ୧୯ ଲକ୍ଷ ୨୫ ହଜାର ୬୮୬ ଜଣ ଏବେ ବି ଚିକିତ୍ସାଧୀନ ଅଛନ୍ତି । ଚିକିତ୍ସାଧୀନଙ୍କ ମଧ୍ୟରୁ ୯୩ ହଜାର ୬୪ ଜଣଙ୍କ ଅବସ୍ଥା ଗୁରୁତର ରହିଛି । କରୋନା ପ୍ରଭାବିତ ୨୨୧ଟି ଦେଶ ମଧ୍ୟରୁ ଆମେରିକାରେ ସର୍ବାଧିକ ମୃତ୍ୟୁ ଘଟିଛି । ଆମେରିକାରେ ମୃତ୍ୟୁ ସଂଖ୍ୟା ୫ ଲକ୍ଷ ୬୨ ହଜାର ୧୨ରେ ପହଞ୍ଚିଛି । ସୂଚନାଯୋଗ୍ୟ ଯେ, ବିଶ୍ୱରେ କରୋନା ପ୍ରକୋପ ଯୋଗୁଁ ସାଧାରଣ ଜୀବନ ଯାତ୍ରା ଦୀର୍ଘ ଦିନ ଧରି ଅସ୍ତବ୍ୟସ୍ତ ହୋଇପଡ଼ିଥିଲା ।

Get real time updates directly on you device, subscribe now.