fbpx

ରାଶିଫଳ (ରବିବାର ,୨୮,ମାର୍ଚ୍ଚ,୨୦୨୧)

ମେଷ : ଚାକିରି କ୍ଷେତ୍ରରେ ସୁଯୋଗ ସୁବିଧା ବଢିବ । ଲବଙ୍ଗଟିଏ ପାଟିରେ ରଖି ଦିନ କାଟନ୍ତୁ । କୌଣସି ସରକାରୀ ସହାୟତା ମିଳିବ । ଭଗବାନ ଶିବଙ୍କୁ ଦଶନ କରନ୍ତୁ । ଦାୟିତ୍ୱ ଏବଂ ଆର୍ôଥକ ବୃଦ୍ଧି ହେବ ।

ବୃଷ : ମାନ ସମ୍ମାନ,ଧନ କ୍ଷେତ୍ରରେ ଶୁଭଫଳ ମିଳିବ । ସକାଳୁ ସ୍ନାନସାରି ଗୁରୁଜନ ମାନଙ୍କର ଆର୍ଶିବାଦ ନିଆନ୍ତୁ ଶୁଭ ଖବର ମିଳିବ, ଦ୍ରବ୍ୟ ପ୍ରାପ୍ତି ହେବ । ପରିବାରରେ ସ୍ୱାସ୍ଥ୍ୟଚିନ୍ତା ରହିବ । ପକ୍ଷୀ ମାନଙ୍କୁ ଖାଇବାକୁ ଦିଅନ୍ତୁ ।

ମିଥୁନ : ମନ ଅସ୍ଥିର ରହିବ । ମନେ ମନେ ଓଁ ନମଃ ଶିବାୟ ଜପ କରୁଥିବେ । ଟଙ୍କାପଇସାକୁ ନେଇ ଚିନ୍ତା କମିବ । ଲାଲ ପିମ୍ପୁଡିଙ୍କୁ ଚିନି ଗୁଡ ଖାଇବାକୁ ଦିଅନ୍ତୁ ।

କର୍କଟ : ଚାକିରି କିମ୍ବା ବ୍ୟବସାୟରେ ଭୁଲ ବୁଝାବଣା ରହିବ । ନିଜଲୋକମାନେ ହଇରାଣ କରିବେ । ଆୟ କମିବ ବ୍ୟୟ ବୃଦ୍ଧି ହେବ । ସକାଳୁ ସ୍ନାନ ସାରି ଦୁର୍ଗାଙ୍କର ଚାଳିଷା ପାଠକରି ଦିନ ଆରମ୍ଭ କରିବେ ।

ସିଂହ : ମଥାରେ ରକ୍ତ ଚନ୍ଦନ ଲଗାନ୍ତୁ ମନୋବାଞ୍ଛିତ ପରିବେଶ ପରିସ୍ଥତି ମିଳିବ । ଶୁଭରେ ଦିନ କଟିବ । କୌଣସି ପୁରୁଣା ଯୋଜନାରେ ସଫଳ ହେବେ । କୌଣସି ଦ୍ରବ୍ୟ ଲାଭ ହେବ ଏବଂ କୌଣସି ସମସ୍ୟାରୁ ମୁକ୍ତି ପାଇବେ ।

କନ୍ୟା : ବ୍ୟବସାୟରେ ଲାଭ ବଢିବ ଏବଂ ନିତ୍ୟବ୍ୟବହାର୍ଯ୍ୟ ଦ୍ରବ୍ୟ ମିଳିବ । ବିବାହ ନିମନ୍ତେ ବାଟ ଖୋଲିବ । ମନର ଆଶା ପୂରଣ ହେବ । ପୁଞ୍ଜି ଲଗାଣକାରୀ ସଂସ୍ଥା ସହିତ ଜଡିତ ହୋଇ ଲାଭ ହେବ ମାତ୍ର ସ୍ୱାସ୍ଥ୍ୟପ୍ରତି ସତର୍କ ରହିବେ ।

ତୁଳା : କୌଣସି ଯୋଜନାରେ ସଫଳ ହେବେ । ପାରିବାରିକ ଶାନ୍ତି ମିଳିବ । ଜୀବନର କୌଣସି ଲକ୍ଷ ପୂର୍ଣ୍ଣ ହେବ । ଅଯଥା କଥାରେ ମୁଣ୍ଡ ପୁରାଇ ହଇରାଣ ହେବେ । ମା’ଲକ୍ଷ୍ମୀଙ୍କୁ ସୁମରଣା କରନ୍ତୁ କଲ୍ୟାଣ ହେବ ।

ବିଛା : ମନର ଆଶାପୂରଣ ହେବ ନାହିଁ ତେଣୁ ମାନସିକ ଅଶାନ୍ତି ବୃଦ୍ଧି ହେବ । କର୍ମ ଏବଂ ଅର୍ଥ ଚିନ୍ତା ବଢିବ ତେଣୁ ଘରୁ ବାହାରିଲା ବେଳେ ମହୁ ଖାଇ ବାହାରନ୍ତୁ । କୌଣସି ଯୋଜନାରେ ସଫଳ ହେବେ । ଆର୍ôଥକ ବୃଦ୍ଧି ହେବ ।

ଧନୁ : ଆଜି ଚନ୍ଦନର ଟିକା ମଥାରେ ଲଗାନ୍ତୁ ଏବଂ ଓଁ ନମଃ ଶିବାୟ ଜପ କରନ୍ତୁ । କିଛି ମିଠା ଦାନ କରନ୍ତୁ ଅଟକିଥିବା କାମ ପୂରଣ ହେବ । ବ୍ୟୟ ବଢିବ ଫଳରେ ମନ ଅଶାନ୍ତ ରହିବ । ସଠିକ ନିଷ୍ପତି ନେଇ ନପାରି ମନ ଦୁଃଖ ହେବ ।

ମକର : କୌଣସି ପ୍ରକାରର ଧୋକା ମିଳିବ । ଆଜି ଗୋଟିଏ ଲାଲ ମନ୍ଦାର ଗଛ ଲଗାନ୍ତୁ । ବନ୍ଧୁପରିଜନରେ ସାହାଯ୍ୟ ମିଳିବ । ପିମ୍ପୁଡିଙ୍କୁ ଗୁଡ ଖାଇବାକୁ ଦିଅନ୍ତୁ କଲ୍ୟାଣ ହେବ । ଅନୁକୁଳ ସମୟ ରହିବ ।

କୁମ୍ଭ : ଆଜି କିଛି ଅଟା କୌଣସି ଦିବ୍ୟାଙ୍ଗଙ୍କୁ ଦାନ କରନ୍ତୁ ଶୁଭରେ ଦିନ କଟିବ । ଲାଲ ରଙ୍ଗର କୌଣସି ଦ୍ରବ୍ୟ ବ୍ୟବହାର କରନ୍ତୁ ନାହିଁ । କିଛି ଖାଦ୍ୟ କୌଣସି ଭୋକିଲାକୁ ଦିଅନ୍ତୁ । ଚେଷ୍ଟା ଅନୁଯାୟୀ ଫଳ ମିଳିବ ।

ମୀନ : ଆଜି ଭାଗ୍ୟ ସାଥ ଦେବ । ଅର୍ଥଚିନ୍ତା ଏବଂ ମାନସିକ ଅଶାନ୍ତି ଦୂର ହେବ । ପୁଞ୍ଜି ଲଗାଣକାରୀ ସଂସ୍ଥା ସହିତ ଜଡିତ ହୋଇ ଲାଭ ହେବ । ମାତ୍ର ସ୍ୱାସ୍ଥ୍ୟପ୍ରତି ସତର୍କ ରହିବେ ।

Get real time updates directly on you device, subscribe now.