fbpx
BSKY
BJD SHG SKY
BJD YOUTH SKY

୧୯୭୮ ମସିହାରେ କରିଥିଲେ ଛେଳି ଚୋରି, ଆଉ ୨୦୨୧ରେ ଗିରଫ ହେଲେ ବାପ-ପୁଅ

ନୂଆଦିଲ୍ଲୀ, ୨୭ା୩: ତ୍ରିପୁରାରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ଘଟିଛି । ତ୍ରିପୁରାରେ ୪୧ ବର୍ଷ ତଳର ଏକ ପୁରୁଣା ଛେଳି ଚୋରି ମାମଲାରେ ଜଣେ ୫୮ ବର୍ଷୀୟ ବୃଦ୍ଧଙ୍କୁ ଗିରଫ କରାଯାଇଛି । ଏହି ମାମଲାରେ ଦୀର୍ଘ ୪୩ ବର୍ଷ ପରେ ଅଭିଯୁକ୍ତମାନେ ଗିରଫ ହୋଇଛନ୍ତି । ପୋଲିସ ଏ ବିଷୟରେ ସୁବିସ୍ତୃତ ତଥ୍ୟ ପ୍ରଦାନ କରିଛି । ଏକ ଚା’ ଦୋକାନରେ କାମ କରୁଥିବା ବଚୁ କୌଲଙ୍କୁ ପୋଲିସ ଗିରଫ କରିଥିବା ଜଣାପଡ଼ିଛି ।

୧୯୭୮ ମସିହାରେ ତ୍ରିପୁରାର ପଶ୍ଚିମୀ ଜିଲ୍ଲାର ରାନିର ବଜାରରୁ ବଚୁ ନିଜ ପିତାଙ୍କ ସହ ମିଶି ଏକ ଛେଳି ଚୋରି କରିଥିଲେ । ସେହିଦିନ ଠାରୁ ଉଭୟ ଫେରାର ରହିଥିଲେ । ୧୮ ବର୍ଷ ପୂର୍ବରୁ ବଚୁଙ୍କର ପିତାଙ୍କର ଦେହାନ୍ତ ହୋଇଯାଇଛି । ତେବେ ୧୯୭୮ ମସିହାରେ ଚୋରି ହୋଇଥିବା ଛେଳିର ମୂଲ୍ୟ ସେତେବେଳେ ଥିଲା ମାତ୍ର ୪୫ ଟଙ୍କା । ବର୍ତ୍ତମାନ ସେହି ମୂଲ୍ୟ ପାଖାପାଖି ୩ ହାଜର ଟଙ୍କା ହେବ ବୋଲି ପୋଲିସ ସୂତ୍ରରୁ ଜଣାପଡ଼ିଛି ।

Get real time updates directly on you device, subscribe now.