fbpx

ଲୋକସେବା ଭବନରେ ‘କରୋନା’ ଆଲୋଚନା

ଭୁବନେଶ୍ୱର,୧୮ ।୩(ଓଡିଶା ଭାସ୍କର): ଜିଲ୍ଲା ଓ ଗ୍ରାମାଞ୍ଚଳରେ କରୋନା ସଚେତନକୁ ଜୋରଦାର କରିବା ଲୋକସେବା ଭବନରେ ମୁଖ୍ୟ ଶାସନ ସଚିବ ଅସିତ୍ ତ୍ରିପାଠୀ ଓ ବରିଷ୍ଠ ଅଧିକାରୀମାନେ ଭିଡିଓ କନଫରେନ୍ସିଂ ଜରିଆରେ ୩୦ଟି ଜିଲ୍ଲାର ଜିଲ୍ଲାପାଳ, ଡିଆରଡି ପ୍ରକଳ୍ପ ନିର୍ଦ୍ଦେଶକ ତଥା ୩୧୪ ବ୍ଲକର ବିଡିଓମାନଙ୍କ ସହ ଆଲୋଚନା କରିଛନ୍ତି । ଜିଲ୍ଲା ଓ ଗ୍ରାମାଞ୍ଚଳରେ କରୋନା ମୁକାବିଲା ପାଇଁ ସଚେତନତାକୁ ଜୋରଦାର କରିବା ପାଇଁ ଏଥିରେ ପରାମର୍ଶ ଦିଆଯାଇଛି ।

ଗ୍ରାମ-ପଞ୍ଚାୟତରେ ସବୁ ସୁବିଧା ଥିବା ଏକ ଘର ପ୍ରସ୍ତୁତ ରଖିବାକୁ ପରାମର୍ଶ ଦିଆଯାଇଛି । ଆବଶ୍ୟକସ୍ଥଳେ ଏହାକୁ ଅସ୍ଥାୟୀ ଚିକିତ୍ସା କେନ୍ଦ୍ର ଭାବରେ ବ୍ୟବହାର କରାଯିବ । ଏହି ଆଲୋଚନାରେ ମୁଖ୍ୟ ଶାସନ ସଚିବ, ଉନ୍ନୟନ କମିଶନର, ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗର ପ୍ରମୁଖ ସଚିବ ଏବଂ ମୁଖ୍ୟମନ୍ତ୍ରୀଙ୍କ ୫-ଟି ସଚିବ ପ୍ରମୁଖ ଭାଗ ନେଇଥିଲେ ।

Get real time updates directly on you device, subscribe now.