fbpx

ନବୀନଙ୍କୁ ପ୍ରଶଂସା କଲେ ମୋଦୀ

ଭୁବନେଶ୍ୱର,୧୮ ।୩(ଓଡିଶା ଭାସ୍କର): କରୋନା ମୁକାବିଲା ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ପ୍ରଶଂସା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ବିଦେଶରୁ ଫେରିଥିବା ବ୍ୟକ୍ତିଙ୍କ ପଞ୍ଜୀକରଣ ନେଇ ପ୍ରଶଂସା କରିଛନ୍ତି ମୋଦୀ । ଏହା ସହ ଭଉଣୀ ଗୀତା ମେହେଟ୍ଟାଙ୍କ ପଞ୍ଜୀକରଣ ନେଇ ନବୀନଙ୍କର ବେଶ୍ ପ୍ରଶଂସା କରିଛନ୍ତି ମୋଦୀ । ନବୀନଙ୍କ ପଦକ୍ଷେପକୁ ଅନ୍ୟମାନେ ଅନୁସରଣ କରିବାକୁ ମୋଦୀ ପରାମର୍ଶ ଦେଇଛନ୍ତି ।

ତେବେ ବାହାରୁ ଆସୁଥିବା ଲୋକଙ୍କ ତଥ୍ୟ ଦେବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅପିଲ୍ କରିଛନ୍ତି । covid19.odisha.gov.in ରେ ଏନେଇ ସମସ୍ତ ତଥ୍ୟ ଦିଆଯାଇଛି । ଏହା ମାଧ୍ୟମରେ ତଥ୍ୟ ଦେଲେ ସମସ୍ତେ ସୁରକ୍ଷିତ ରହିବେ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।

Get real time updates directly on you device, subscribe now.