fbpx

କରୋନା ପୀଡିତ ୨ ଡାକ୍ତରଙ୍କ ବଦଳିଲା ରଙ୍ଗ, ଧଳାରୁ ହୋଇଗଲେ କଳା

ଚୀନ କରୋନା ଭାଇରସକୁ କାବୁ କରିବାକୁ ସମର୍ଥ ହୋଇଥିଲେ ବି ଏହି ଭାଇରସ୍ ସହ ଜଡିତ କିଛି ଆଶ୍ଚର୍ଯ୍ୟଜନକ ଘଟଣା ଏବେ ସାମନାକୁ ଆସିଛି । ଚୀନର ଉହାନ ସହରକୁ ଏହି କରୋନାର କେନ୍ଦ୍ର କୁହାଯାଉଥିବା ବେଳେ ସେଠାରେ ଚିକତ୍ସା କରୁଥିବା ୨ ଡାକ୍ତର ମଧ୍ୟ ଏଥରେ ସଂକ୍ରମିତ ହୋଇଥିଲେ । କିନ୍ତୁ ଚିକିତ୍ସା ସମୟରେ ସେମାନଙ୍କ ରଙ୍ଗ ଆସ୍ତେ ଆସ୍ତେ ବଦଳିବାରେ ଲାଗିଲା । ରୋଗୀଙ୍କୁ ଚିକିତ୍ସା କରୁଥିବା ସଂକ୍ରମିତ ହୋଇ ଏହି ୨ ଡାକ୍ତର ଜାନୁଆରୀରେ ଉହାନର ସେଣ୍ଟ୍ରାଲ ମେଡିକାଲରେ ଭର୍ତ୍ତି ହୋଇଥିଲେ । ସେମାନଙ୍କୁ ଲାଇଫ୍ ସପୋର୍ଟରେ ରଖାଯାଇଥିଲା । ସୁସ୍ଥ ହେବା ପରେ ସେମାନେ ନିଜକୁ ଚିହିଁ ପାରିନଥିଲେ । ସେମାନଙ୍କ ଶରୀର ଧଳାରୁ ପୁରା କଳା ହୋଇଥିଲା ।

ଡାକ୍ତରଙ୍କ କହିବା ମୁତାବକ କରୋନା ଭାଇରସ୍ ସେମାନଙ୍କ ଲିଭରକୁ ବହୁ କ୍ଷତି ପହଞ୍ଚାଇଥିଲେ । ଲିଭର ଖରାପ ହେବାରୁ ତାହାର ସିଧା ପ୍ରଭାବ ସେମାନଙ୍କ ତ୍ୱଚାର ରଙ୍ଗ ଉପରେ ପଡିଲା ଓ ସେମାନେ କଳା ପଡିଗଲେ ।

Get real time updates directly on you device, subscribe now.