fbpx

କରୋନା ଭାଇରସ୍: ଏବେ ହ୍ୱାଟସଆପରେ ଜାଣିପାରିବେ ତଥ୍ୟ

ଭୁବନେଶ୍ୱର, ୨୨ା୪(ଓଡ଼ିଶା ଭାସ୍କର): କରୋନା ସମ୍ପର୍କିତ ସୂଚନା ପାଇଁ ରାଜ୍ୟ ସରକାର ପଦକ୍ଷେପ ଗ୍ରହଣ କରିଛନ୍ତି । କୋଭିଡ଼ ହେଲ୍ପଡେସ୍କ ଲଞ୍ଚ କରିଛନ୍ତି ରାଜ୍ୟ ସରକାର । ହ୍ୱାଟସ ଆପ୍ ନମ୍ବରରେ HI ଲେଖି ପଠାଇଲେ ସମସ୍ତ ତଥ୍ୟ ପାଇପାରିବା ନେଇ ସୂଚନା ମିଳିଛି । ହ୍ୱାଟସ୍ ଆପ ନମ୍ବରଟି ହେଉଛି ୯୩୩୭୯୨୯୦୦୦ । ଏହାସହ bit.ly/OGCcovidWhatsAppଏହି ଲିଙ୍କରେ କ୍ଲିକ କରି ମଧ୍ୟ ସମସ୍ତ ତଥ୍ୟ ଜାଣିପାରିବେ ।

ରାଜ୍ୟରେ ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି । ବର୍ତ୍ତମାନ କରୋନା ଆକ୍ରାନ୍ତ ସଂଖ୍ୟା ୮୨କୁ ବୃଦ୍ଧି ପାଇଛି । ସେମାନଙ୍କ ମଧ୍ୟରୁ ୩୦ଜଣ ସୁସ୍ଥ ହୋଇଥିବା ବେଳେ ଜଣଙ୍କର ମୃତ୍ୟୁ ହୋଇଛି । ଏଥିସହିତ ଏବେ ୫୧ଜଣ କରୋନାରେ ରାଜ୍ୟରେ ସକ୍ରିୟ ରହିଛନ୍ତି ।

Get real time updates directly on you device, subscribe now.