fbpx

ଥାନାରେ ଭିନ୍ନ ଧରଣର ବିବାହ, ପୋଲିସ କର୍ମଚାରୀ ଦେଲେ ଆର୍ଶୀବାଦ

କରୋନା ଯୋଗୁଁ ଦେଶରେ ଦ୍ୱିତୀୟ ପର୍ଯ୍ୟାୟ ଲକ୍-ଡାଉନ୍ ଜାରି ରହିଛି । ଅନ୍ୟପଟେ ଏବେ ବିବାହ ଋତୁ ଚାଲିଥିବାରୁ ବହୁ ଲୋକ ବିବାହ ତାରିଖ ଘୁଞ୍ଚାଇ ଦେଉଥିବା ବେଳେ ଆଉ କିଛି ଲୋକ ଲକ୍-ଡାଉନ୍ ନିୟମ ପାଳନ କରି ବିବାହ ସମ୍ପନ୍ନ କରୁଛନ୍ତି । ସେହିପରି ଏକ ଭିନ୍ନ ଧରଣର ବିବାହ ଉତ୍ତର ପ୍ରଦେଶ ଚନ୍ଦୌଲର ଏକ ଥାନାରେ ସମ୍ପନ୍ନ ହୋଇଛି । ଏଠାରେ ବର ମାସ୍କ ପିନ୍ଧିଥିବା ବେଳେ କନିଆ ଲମ୍ବା ଓଡଣୀ ପକାଇ ବିବାହ କରିଥିଲେ । ଲକ୍-ଡାଉନ୍ ଚାଲିଥିବାରୁ ବିବାହ କୌଣସି ମଣ୍ଡପ ବା ଘରେ ନହୋଇ ଥାନା ପରିସରରେ ଥିବା ମନ୍ଦିରରେ ହୋଇଛି ।

ତେବେ ଚନ୍ଦୌଲରେ ଅନ୍ତର୍ଗତ ମହୁଜିଗାର ବାସିନ୍ଦା ଅନିଲ ଯାଦବଙ୍କ ସହ ଗାଜୀପୁର ବାସିନ୍ଦା ଜ୍ୟୋତିଙ୍କ ସହ ବିବାହ ୨୦ ଏପ୍ରିଲକୁ ହେବ ବୋଲି ଠିକ୍ ହୋଇଥିଲା । କିନ୍ତୁ ଲକ୍-ଡାଉନ କାରଣରୁ ସେମାନଙ୍କୁ ଥାନା ପରିସରରେ ଥିବା ମନ୍ଦିରରେ ବିବାହ କରିବାକୁ ପଡିଲା । ବିବାହ ପରେ ଥାନା ଅଧିକାରୀମାନେ ନବ ଦମ୍ପତ୍ତିଙ୍କୁ ସୁଖି ଜୀବନ ପାଇଁ ଆଶୀର୍ବାଦ ଦେଇଥିଲେ ।

Get real time updates directly on you device, subscribe now.