fbpx
BSKY
BJD SHG SKY
BJD YOUTH SKY

ମୁମ୍ବାଇରେ ଓମିକ୍ରନ୍ ପ୍ରଭାବ: ସ୍କୁଲରୁ ୧୬ ଜଣ ଛାତ୍ରଛାତ୍ରୀ କୋଭିଡ୍ ପଜିଟିଭ୍ ଚିହ୍ନଟ

ମୁମ୍ବାଇ: ମହାରାଷ୍ଟ୍ରର ନଭୀ ମୁମ୍ବାଇରେ ଧନସୋଲୀସ୍ଥିତ ଏକ ସ୍କୁଲରେ କୋଭିଡ୍ ବିସ୍ଫୋରଣ ହୋଇଥିବା ଖବର ସାମନାକୁ ଆସୁଛି । ଏଠାରେ ଅଷ୍ଟମରୁ ଦ୍ୱାଦଶ ଶ୍ରେଣୀର ମୋଟ ର୧୬ ଜଣ ଛାତ୍ରଛାତ୍ରୀ କୋଭିଡ୍ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଚିନ୍ତାର ବିଷୟ ହେଉଛି ଏହି ସ୍କୁଲରେ ୫୦୦ରୁ ଅଧିକ ପିଲା ପାଠ ପଢ଼ନ୍ତୁ । ଅନ୍ୟପଟେ ଶୁକ୍ରବାର ଦିନ କରୋନାର ନୂତନ ଭାରିଆଣ୍ଟ୍ ଓମିକ୍ରନ୍ ର ୮ଟି ନୂତନ ମାମଲା ସାମନାକୁ ଆସିଛି । ଏନେଇ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ତେବେ କୋଭିଡ୍ ର ପ୍ରଥମ ଓ ଦ୍ୱିତୀୟ ଲହର ସମୟରେ ସବୁଠାରୁ ଅଧିକ ସଂକ୍ରମିତ ମହାରାଷ୍ଟ୍ରରୁ ହିଁ ଠାବ ହୋଇଥିଲେ । ତେଣୁ ଓମିକ୍ରନ ଆକ୍ରାନ୍ତଙ୍କ ସଂଖ୍ୟା ମଧ୍ୟ ଏଠାରେ ବୃଦ୍ଧି ପାଇବାର ଆଶଙ୍କା ରହିଛି ।

Get real time updates directly on you device, subscribe now.