fbpx
BSKY
BJD SHG SKY
BJD YOUTH SKY

ହଜିଯାଇଛି କି ଡ୍ରାଇଭିଂ ଲାଇସେନ୍ସ? ଘରେ ବସି ଡୁପ୍ଲିକେଟ୍ DL ପାଇଁ କରନ୍ତୁ ଆବେଦନ, ଜାଣନ୍ତୁ ପ୍ରକ୍ରିୟା

ନୂଆଦିଲ୍ଲୀ: ଆପଣଙ୍କ ଡ୍ରାଇଭିଂ ଲାଇସେନ୍ସ ହଜିଯାଇଛି କି? ଯଦି ହଁ, ତେବେ ଚିନ୍ତା କରନ୍ତୁ ନାହିଁ । ଏବେ ଆପଣଙ୍କୁ ଆରଟିଓ ଯାଇ ବୁଲିବାକୁ ପଡିବ ନାହିଁ । ଘରେ ବସି ବସି ମଧ୍ୟ ଆପଣ ଅତି ସହଜରେ ଡୁପ୍ଲିକେଟ୍ ଡ୍ରାଇଭିଂ ଲାଇସେନ୍ସ ପାଇଁ ଆବେଦନ କରିପାରିବେ । କିଛି ଷ୍ଟେପ୍ ଅନୁସରଣ କରି ଆପଣ ଉଭୟ ଅନଲାଇନ୍ ଓ ଅଫଲାଇନରେ ଏହାକୁ ପାଇପାରିବେ ।

ଯଦି ଆପଣଙ୍କର ଡ୍ରାଇଭିଂ ଲାଇସେନ୍ସ ହଜିଯାଇଛି, ତେବେ ସର୍ବପ୍ରଥମେ ପୋଲିସ୍ ଷ୍ଟେସନରେ ମାମଲା ରୁଜୁ କରିବାକୁ ପଡିବ । ଯଦି ଆପଣଙ୍କର ଡ୍ରାଇଭିଂ ଲାଇସେନ୍ସ ପୁରୁଣା ହୋଇଯାଇଛି ଯାହା ସ୍ପଷ୍ଟ ଦେଖାଯାଉନି ବା ଚିରିଯାଇଛି, ତେବେ ଡୁପ୍ଲିକେଟ୍ ପାଇଁ ଆପଣଙ୍କୁ ଅରିଜିନାଲ ସବମିଟ୍ କରିବାକୁ ପଡିବ । ଏହା ପରେ ଡୁପ୍ଲିକେଟ୍ ଡ୍ରାଇଭିଂ ଲାଇସେନ୍ସ ପାଇଁ ଅନଲାଇନରେ ଆବେଦନ କରିବାକୁ ପ୍ରଥମେ ଆପଣଙ୍କୁ ରାଜ୍ୟ ପରିବହନ ବିଭାଗର ୱେବସାଇଟକୁ ଯିବାକୁ ପଡିବ ।

ଆପଣଙ୍କୁ ଏହି ସହଜ ଉପାୟ;

-ସର୍ବପ୍ରଥମେ ପରିବହନ ବିଭାଗର ୱେବସାଇଟକୁ ଯାଆନ୍ତୁ ।

-ଏବେ ଏଠାରେ ମଗାଯାଇଥିବା ଡିଟେଲ୍ସଗୁଡିକ ପୂରଣ କରନ୍ତୁ ।

-ଏହା ପରେ ଏଲଏଲଡି ଫର୍ମ ପୂରଣ କରନ୍ତୁ ।

-ଏବେ ଏହାର ଏକ ପ୍ରିଣ୍ଟ୍ ଆଉଟ୍ ବାହାର କରନ୍ତୁ ।

-ଏହା ସହିତ ଆପଣ ସମସ୍ତ ଜରୁରି ଡକ୍ୟୁମେଣ୍ଟ୍ ଆଟାଚ୍ କରନ୍ତୁ ।

-ଏବେ ଏହି ଫର୍ମ ଓ ସମସ୍ତ ଡକ୍ୟୁମେଣ୍ଟକୁ ଆରଟିଓ ଅଫିସରେ ଜମା କରନ୍ତୁ ।

– ଏହାକୁ ଅନଲାଇନରେ ମଧ୍ୟ ଜମା କରାଯାଇ ପାରିବ ।

-ଅନଲାଇନ୍ ପ୍ରକ୍ରିୟା ଶେଷ ହେବାର ୩୦ ଦିନ ପରେ ଡୁପ୍ଲିକେଟ୍ ଡ୍ରାଇଭିଂ ଲାଇସେନ୍ସ ଆପଣଙ୍କ ନିକଟକୁ ଆସିଯିବ ।

Get real time updates directly on you device, subscribe now.