fbpx
BSKY
BJD SHG SKY
BJD YOUTH SKY

ବିବାହ ବୟସ ବୃଦ୍ଧି କରିବା ପ୍ରସଙ୍ଗରେ ଏସପି ସାଂସଦଙ୍କ ଅଜବ ବୟାନ, କହିଲେ- ଯଦି ଝିଅ ୧୬ ବର୍ଷରେ ମ୍ୟାଚୋର୍ ହୋଇଯାଉଛନ୍ତି ତାହେଲେ…..; ଭିଡିଓ ଭାଇରାଲ୍

ନୂଆଦିଲ୍ଲୀ: ମହିଳାମାନଙ୍କ ପାଇଁ ବିବାହର ଆଇନଗତ ବୟସ ୧୮ ରୁ ୨୧ ବର୍ଷକୁ ବୃଦ୍ଧି କରିବା ପ୍ରସ୍ତାବକୁ କେନ୍ଦ୍ର କ୍ୟାବିନେଟ ଅନୁମୋଦନ କରିବାର ଗୋଟିଏ ଦିନ ପରେ ସମାଜବାଦୀ ଦଳର ଦୁଇ ନେତାଙ୍କ ଅଜବ ବୟାନ ଦେଇଛନ୍ତି। ଏସପି ସାଂସଦ ସୟଦ ତୁଫେଲ ହାସନଙ୍କ ବିବୃତ୍ତିର ଭିଡିଓ ଭାଇରାଲ ହେବାରେ ଲାଗିଛି । ଯାହାପରେ ସେ ସମାଲୋଚନାର ସାମନା କରିଛନ୍ତି । ଜଣେ ସମାଜବାଦୀ ପାର୍ଟି ନେତା ବିବାହକୁ ମହିଳାଙ୍କ ପ୍ରଜନନ କ୍ଷମତା ସହିତ ଯୋଡ଼ିଛନ୍ତି । ସେହିପରି ଅନ୍ୟ ଜଣେ ନେତା ଦେଶରେ ଦାରିଦ୍ର୍ୟ ହେତୁ ଶୀଘ୍ର ବିବାହକୁ ଯଥାର୍ଥ ବୋଲି ଦର୍ଶାଇଛନ୍ତି । ତେବେ ଦଳର ମୁଖ୍ୟ ଅଖିଳେଶ ଯାଦବ ଏହି ବୟାନରୁ ନିଜକୁ ଦୂରେଇ ରଖିଛନ୍ତି।

ସମାଜବାଦୀ ପାର୍ଟିର ସାଂସଦ ସୟଦ୍ ତୁଫୈଲ ହସନ୍ କହିଛନ୍ତି ଯେ, ଝିଅମାନଙ୍କ ବିବାହ ସେତେବେଳେ ହେବା ଦରକାର ଯେବେ ସେମାନଙ୍କ ପ୍ରଜନନ କ୍ଷମତା ପୂରା ହୋଇଥାଏ । ମିଡିଆକୁ ପ୍ରତିକ୍ରିୟା ଦେବା ସମୟରେ ହସନ୍ କହିଛନ୍ତି, “ମହିଳାଙ୍କ ପ୍ରଜନନ ବୟସ ୧୬-୧୭ ବର୍ଷରୁ ୩୦ ବର୍ଷ ପର୍ଯ୍ୟନ୍ତ ହୋଇଥାଏ । ବିବାହ ପ୍ରସ୍ତାବ ୧୬ ବର୍ଷରୁ ଆସିବା ଆରମ୍ଭ ହୋଇଥାଏ । ଆଉ ଯଦି ବିବାହରେ ବିଳମ୍ବ ହୁଏ, ତାହେଲେ ଦୁଇଟି ସମସ୍ୟା ହୋଇଥାଏ । ଗୋଟିଏ ହେଉଛି ବନ୍ଧ୍ୟାପଣ ସମ୍ଭାବନା ଓ ଅନ୍ୟଟି ହେଉଛି ବୟସ ବଢ଼ିବା ଦ୍ୱାରା ବ୍ୟବସ୍ଥିତ ହୋଇନଥାଏ । ଯେତେବେଳେ ଆପଣ ଜୀବନର ଅନ୍ତିମ ଦଶକରେ ପହଞ୍ଚିଥାନ୍ତି ସେତେବେଳେ ଆପଣ ମାନଙ୍କ ସନ୍ତାନ ମାନେ କମ୍ ବୟସର ହୋଇଥାନ୍ତି । ଏହା ପ୍ରକୃତିର ଚକ୍ର ବିରୋଧୀ ହୋଇଥାଏ” ।

ସେ ଆହୁରି ବି କହିଛନ୍ତି ଯେ, ଝିଅ ମାନେ ୧୬ ବର୍ଷ ବୟସରେ ପରିପକ୍ୱତା ଆସିଥାଏ, ତେଣୁ ୧୬ ବର୍ଷରେ ବି ଝିଅ ମାନେ ବିବାହ କରିପାରିବେ । ଯଦି କୌଣସି ଝିଅ ୧୮ ବର୍ଷରେ ଭୋଟ ଦେଇପାରୁଛି, ତାହେଲେ ବିବାହ କାହିଁକି କରିପାରିବେ ନି? । ସେହିପରି ଅନ୍ୟପଟେ ଅନ୍ୟ ଜଣେ ଏସପି ନେତା ଶଫୀକ ଉର୍ ରହମାନ୍ ବରକ କହିଛନ୍ତି ଯେ, ଭାରତ ଏକ ଗରିବ ଦେଶ , ତେଣୁ ପ୍ରତିଟି ବ୍ୟକ୍ତି କମ୍ ବୟସରୁ ନିଜର ଝିଅକୁ ବିବାହ କରାଇବାକୁ ଚାହାନ୍ତି । ତେଣୁ ବୟସ ବୃଦ୍ଧି କରିବା ପ୍ରସ୍ତାବକୁ ମୁଁ ସମର୍ଥନ କରିବି ନାହିଁ ।

 

Get real time updates directly on you device, subscribe now.